ଗଞ୍ଜାମ: ବିଲ ଭିତରୁ ବୃଦ୍ଧଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି । ଏଭଳି ଅଭାବନୀୟ ଘଟଣା ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ଘଟିଛି । ପାଟପୁରଥାନା ଗୁଣସାଗର ଗାଁରୁ ମୃତଦେହ ଉଦ୍ଧାର କରାଯାଇଛି । ୪ ଦିନ ହେଲା ନିଖୋଜ ଥିଲେ ମୃତ ବୃଦ୍ଧ ଜଣଙ୍କ । ବନ୍ୟଜନ୍ତୁ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ନେଇ ସନ୍ଦେହ କରାଯାଉଛି ।