19.1 C
Bhubaneswar
Monday, February 2, 2026
Homeଓଡିଶାମନ୍ତ୍ରୀଙ୍କ ଘରୁ ସହାୟକଙ୍କ ମୃତଦେହ ଉଦ୍ଧାର

ମନ୍ତ୍ରୀଙ୍କ ଘରୁ ସହାୟକଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର: ଆଜି ରାତିରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଘରୁ ତାଙ୍କ ସହାୟକଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର ହୋଇଛି ମୃତକ ହେଲେ ବଲାଙ୍ଗୀର ଜିଲ୍ଲା ବେଲପାହାଡ ଅଞ୍ଚଳର ଶଙ୍ଗର୍ଷଣ ନାଗ । ତେବେ ମୃତ୍ୟୁ କିପରି ହେଲା କେଉଁ କାରଣରୁ ମୃତ୍ୟୁ ଘଟିଲା ତାହା ସନ୍ଦେହ ଘେରରେ ରହିଛି । ବିଦ୍ୟୁତ ଆଘାତରେ ଶଙ୍କର୍ଷଣଙ୍କ ମୃତ୍ୟୁ ଘଟିଥିବା କୁହାଯାଉଥିବା ବେଳେ ପ୍ରତ୍କତ କାରଣ ଏବେ ବି ଅସ୍ପଷ୍ଟ ରହିଛି । ଏନେଇ କ୍ୟାପିଟାଲ ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି । ସୂଚନା ମୁତାବକ, ଶଙ୍କର୍ଷଣ କିଛିଦିନ ହେବ ଯୋଗାଣ ମନ୍ତ୍ରୀଙ୍କ  ସହାୟକ ଭାବେ କାର୍ଯ୍ୟ କରୁଥିଲେ। ସେ ମନ୍ତ୍ରୀଙ୍କ ପରିବାର ସହ ରହି ଆସୁଥିଲେ। ଆଜି ସକାଳୁ କାମ କରିବା ପାଇଁ ସେ ଏକ ପ୍ରକୋଷ୍ଠକୁ ଯାଇଥିଲେ। ଦିନ ପାଖାପାଖି ୯ଟା ସମୟରେ ଅନ୍ୟ କର୍ମଚାରୀ ସେହି ପ୍ରକୋଷ୍ଠକୁ ଯିବା ବେଳକୁ ଶଙ୍କର୍ଷଣ ସଂଜ୍ଞାହୀନ ଅବସ୍ଥାରେ ତଳେ ପଡ଼ିରହିଥିବା ଦେଖିବାକୁ ପାଇଥିଲେ। ତାଙ୍କୁ ଏଭଳି ଅବସ୍ଥାରେ ଦେଖି ତୁରନ୍ତ ଚିକିତ୍ସା ପାଇଁ କ୍ୟାପିଟାଲ୍‌ ହସ୍ପିଟାଲ୍‌ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ କ୍ୟାପିଟାଲ୍‌ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking