17.1 C
Bhubaneswar
Wednesday, February 11, 2026
Homeଦେଶ ବିଦେଶମିଳିଲା ଅପହୃତ ଯବାନଙ୍କ ମୃତଦେହ

ମିଳିଲା ଅପହୃତ ଯବାନଙ୍କ ମୃତଦେହ

ଶ୍ରୀନଗର: ମଙ୍ଗଳବାର ଜମ୍ମୁ କାଶ୍ମୀରର ଅନନ୍ତନାଗ ଜଙ୍ଗଲରୁ ଆତଙ୍କବାଦୀମାନେ ୨ ଭାରତୀୟ ଯବାନଙ୍କୁ ଅପହରଣ କରିନେଇଯାଇଥିବା ବେଳେ ଜଣେ ଯବାନ କୌଶଳକ୍ରମେ ଆତଙ୍କୀଙ୍କ କବଳରୁ ଖସିଆସିବାରେ ସଫଳ ହୋଇଥିଲେ। କିନ୍ତୁ ଦୁର୍ଭାଗ୍ୟବଶତଃ ଅନ୍ୟତମ ଯବାନ୍ ଆତଙ୍କୀଙ୍କ ପାଖରୁ ଖସିଆସିପାରିନଥିଲେ। ତେବେ ଏହି ଯବାନ୍‌ଙ୍କୁ ଖୋଜିବା ତଥା ଠାବ କରିବା ଉଦ୍ଦେଶ୍ୟରେ ଗତକାଲି ଠାରୁ ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଥିବା ବେଳେ ଆଜି ପଥରୀବଲ ଜଙ୍ଗଲରୁ ନିଖୋଜ ଯବାନଙ୍କ ମୃତଦେହ ଉଦ୍ଧାର ହୋଇଛି।

ମୃତ ଯବାନ ଜଣକ ହିଲାଲ ଅହମ୍ମଦ ବୋଲି ଜଣାପଡିଛି । ଆତଙ୍କବାଦୀମାନେ ତାଙ୍କୁ ଅତ୍ୟନ୍ତ ନୃଶଂସ ଭାବେ ହତ୍ୟା କରିଛନ୍ତି। କାରଣ ମୃତ ଯବାନଙ୍କ ଶରୀରରେ ଏକାଧିକ ଗୁଳିମାଡର ଚିହ୍ନ ଦେଖିବାକୁ ମିଳିଛି। ପ୍ରକାଶ, ଗତକାଲି ଜମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନ ଫଳାଫଳ ସାମ୍ନାକୁ ଆସିବା ପରେ ପରେ ଅନନ୍ତନାଗର ଜଙ୍ଗଲରୁ ଇଣ୍ଡିଆନ୍ ଟେରିଟୋରିଆଲ ଆର୍ମିର ୧୬୧ ବାଟାଲିଅନ୍‌ର ୨ଯବାନଙ୍କୁ ଆତଙ୍କବାଦୀମାନେ କୌଣସିମତେ ଅପହରଣ କରିନେଇଥିଲେ। ଅନନ୍ତନାଗର କୋନରନାଗରୁ ସେନା ଏବଂ ଜମ୍ମୁ କାଶ୍ମୀର ପୁଲିସର ମିଳିତ ଆତଙ୍କବାଦ ବିରୋଧୀ ଅପରେସନରେ ଏହି ୨ ଯବାନ୍ ନିୟୋଜିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking