19.1 C
Bhubaneswar
Monday, February 2, 2026
Homeଓଡିଶାମହାନଦୀରୁ ଯୁବକଙ୍କ ମୃତଦେହ ଉଦ୍ଧାର

ମହାନଦୀରୁ ଯୁବକଙ୍କ ମୃତଦେହ ଉଦ୍ଧାର

କଟକ: ମହାନଦୀରୁ ଯୁବକଙ୍କ ମୃତଦେହ ଉଦ୍ଧାର। କଟକର ବ୍ରଜବିହାର ନିକଟସ୍ଥ ଡଙ୍ଗା କ୍ଲବ ନିକଟରେ ମହାନଦୀରେ ଭାସୁଥିବା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକଙ୍କ ପରିଚୟ ମିଳିପାରିନାଥିବା ବେଳେ ସେ କ୍ୟାଣ୍ଟନମେଣ୍ଟ ଥାନା ସୀମା ଅନ୍ତର୍ଗତ ତୁଳସୀପୁର ଅଞ୍ଚଳର ବୋଲି ଜଣାପଡିଛି। ସନ୍ଦେହ କରାଯାଉଛି ଯେ ଦୁର୍ବୃତ୍ତମାନେ ଯୁବକଙ୍କୁ ହତ୍ୟା କରି ମହାନଦୀରେ ଫିଙ୍ଗି ଦେଇଛନ୍ତି। ହତ୍ୟା ପରେ ସେମାନେ ତାଙ୍କ ହାତ ଗୋଡ ବାନ୍ଧି ଏକ ବସ୍ତାରେ ଭର୍ତ୍ତି କରି ମହାନଦୀରେ ଫିଙ୍ଗି ଦେଇଛନ୍ତି। ବ୍ରଜବିହାରୀପୁର ନିକଟସ୍ଥ ଡଙ୍ଗା କ୍ଲବ ନିକଟ ମହାନଦୀରୁ ମୃତଦେହ ମିଳିଛି। ବିଡାନାସୀ ପୋଲିସ ମାମଲାର ତଦନ୍ତ କରୁଛି। ଏହି ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖାଯାଇଛି। ଜମି ବିବାଦ ଯୋଗୁଁ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking