36.1 C
Bhubaneswar
Wednesday, March 4, 2026
Homeଓଡିଶାମହିଳାଙ୍କ ଗଳିତ ଶବ ଉଦ୍ଧାର

ମହିଳାଙ୍କ ଗଳିତ ଶବ ଉଦ୍ଧାର

କଟକ: ବିଡ଼ାନାସୀ ନିକଟସ୍ଥ ମହାନଦୀରୁ ଜଣେ ମହିଳାଙ୍କ ଗଳିତ ଶବ ଉଦ୍ଧାର କରାଯାଇଛି। ତାଙ୍କ ମୁହଁ ନଷ୍ଟ ହୋଇଯାଇଥିବାରୁ ଶବ ଚିହ୍ନଟ ହୋଇପାରୁ ନାହିଁ। ଏନେଇ ବିଡ଼ାନାସୀ ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚାଇଛି। ଆଜି ଅପରାହ୍ନ ପ୍ରାୟ ୪ଟା ବେଳେ ବିଡ଼ାନାସୀ ଥାନା ଅନ୍ତର୍ଗତ ସିଗନାଲ ଅଫିସ ସାମନା ମହାନଦୀରେ ଜଣେ ମହିଳାଙ୍କ ଶବ ଭାସୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଏ ସମ୍ପର୍କରେ ବିଡ଼ାନାସୀ ଥାନା ପୁଲିସକୁ ସୂଚନା ଦିଆଯାଇଥିଲା। ପୁଲିସ ସେଠାରେ ପହଞ୍ôଚ ଶବକୁ ଉଦ୍ଧାର କରିଥିଲା। ଶବ ବଢ଼ି ପାଣିରେ ଅନ୍ୟ କେଉଁଆଡ଼ୁ ଭାସି ଆସିଥିବା ପୁଲିସ ସନ୍ଦେହ କରୁଛି। ଶବ ବ୍ୟବଚ୍ଛେଦ ପାଇଁ ପୁଲିସ ବଡ଼ ଡାକ୍ତରଖାନା ପଠାଇଛି। ଅ।ସନ୍ତାକାଲି ମୃତଦେହ ବ୍ୟବଚ୍ଛେଦ କରାଯିବ। ମହିଳାଙ୍କ ଆନୁମାନିକ ବୟସ ୩୫ରୁ ୪୫ ବର୍ଷ ହେବ ବୋଲି ପୁଲିସ ସୂଚନା ଦେଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking