25.1 C
Bhubaneswar
Thursday, February 5, 2026
Homeଓଡିଶାଟାୱାରରୁ ଝୁଲନ୍ତା ମୃତଦେହ ଉଦ୍ଧାର

ଟାୱାରରୁ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର: ଟାୱାରରୁ ଝୁଲନ୍ତା ମୃତଦେହ ଉଦ୍ଧାର। ମୃତଦେହ ଏକ କପଡ଼ାରେ ଝୁଲୁଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ଖବର ପାଇଁ ପୋଲିସ ଘଟନସ୍ଥଳରେ ପହଞ୍ଚି ମୃତଦେହକୁ ହେପାଜତକୁ ନେଇ ତଦନ୍ତ ଆରମ୍ଭ କରିଛି ପୋଲିସମୃତକଙ୍କୁ ୟୁନିଟ୍‌-୯ରେ ରହୁଥିବା ନନ୍ଦନକାନନ ଥାନା ଅନ୍ତର୍ଗତ କେନ୍ଦୁପାଟଣାର ଅଶୋକ କୁମାର ସେଠୀ (୫୧) ବୋଲି ଚିହ୍ନଟ କରାଯାଇଛିସେ ବିଜେବି କଲେଜରେ ଜଣେ ପିଅନ ଥିଲେ। ସୂଚନା ଅନୁସାରେ, ଶହୀଦନଗର ଥାନା ଅନ୍ତର୍ଗତ ଆନନ୍ଦ ବଜାରସ୍ଥିତ ଏକ ଟାୱାର ଲାଇନ୍‌ର ୪ ଫୁଟ ଉଚ୍ଚରେ ଶୁକ୍ରବାର ସକାଳେ ତାଙ୍କ ମୃତଦେହ ଝୁଲୁଥିବା ଅବସ୍ଥାରେ ପୋଲିସ ଜବତ କରିଛି। ପୋଲିସ ଅଶୋକଙ୍କ ମୃତଦେହକୁ ଜବତକରି କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା। ସେଠାରେ ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ତେବେ ଅଶୋକଙ୍କୁ କେହି ହତ୍ୟାକରି ଝୁଲାଇ ଦେଇଥିବା ପରିବାର ଲୋକ ସନ୍ଦେହ କରିଛନ୍ତି।

ଏନେଇ ଅଶୋକଙ୍କ ସ୍ତ୍ରୀ ଶହୀଦନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ଏକ ହତ୍ୟା ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି। ସ୍ତ୍ରୀଙ୍କ କହିବା କଥା, ଅଶୋକ ଗୁରୁବାର ରାତି ପ୍ରାୟ ୧ଟାରେ ଘରୁ ବାହାରକୁ ଆସିଥିଲେ। ଏକ ସିଗାରେଟ୍‌ ଟାଣି ଘରକୁ ଫେରି ଆସିବେ ବୋଲି ସ୍ତ୍ରୀଙ୍କୁ କହିଥିଲେ। ହେଲେ ଆଉ ଫେରି ନ ଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରିବା ସହ ଅଶୋକଙ୍କୁ କଲ୍‌ କରିଥିଲେ। ମାତ୍ର ସେ ମୋବାଇଲ ରିସିଭ୍‌ କରି ନ ଥିଲେ। ତେବେ ଅଶୋକଙ୍କ ମୃତଦେହ ଏକ କପଡ଼ାରେ ଝୁଲୁଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ ମୃତଦେହ ଚିହ୍ନଟ କରି ଅଶୋକଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲା। ଏବେ ଏହି ଘଟଣାରେ ପୋଲିସ ସିସିଟିଭି ଫୁଟେଜ୍‌ ଯାଞ୍ଚ କରିବା ସହ ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରି ତଦନ୍ତ ଜାରି ରଖିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking