21.1 C
Bhubaneswar
Saturday, February 7, 2026
Homeଦେଶ ବିଦେଶଘରୁ ମାଆ-ଝିଅଙ୍କ ମୃତଦେହ ଉଦ୍ଧାର

ଘରୁ ମାଆ-ଝିଅଙ୍କ ମୃତଦେହ ଉଦ୍ଧାର

ରାଜସ୍ଥାନ: ରାଜସ୍ଥାନର କୋଟାରେ ଡବଲ ମର୍ଡର। ଏକ ଘରୁ ମାଆ-ଝିଅଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଆରକେ ପୁରମ ଅଞ୍ଚଳରେ ଏହି ଡବଲ ମର୍ଡର ଘଟଣା ଘଟିଛି। ଉଭୟ ମୃତକଙ୍କୁ କୋଟାର ଜଣେ ନର୍ସିଂ ଷ୍ଟାଫ୍ ଭଗବାନଙ୍କ ପତ୍ନୀ ଜ୍ୟୋତି ଏବଂ ଆଠ ବର୍ଷର ଝିଅ ପଲକ ବୋଲି ଚିହ୍ନଟ କରାଯାଇଛି। ରିପୋର୍ଟ ଅନୁସାରେ, ଶୁକ୍ରବାର ଭଗବାନ ଯେତେବେଳେ ଡାକ୍ତରଖାନାରୁ ଘରକୁ ଫେରିଲେ, ସେତେବେଳେ ସେ ଦେଖିବାକୁ ପାଇଥିଲେ ଯେ ସ୍କୁଲ ୟୁନିଫର୍ମ ପିନ୍ଧିଥିବା ତାଙ୍କ ଝିଅ ପଲକଙ୍କ ମୃତଦେହ ଭିଛଣାରେ ପଡିଥିବା ବେଳେ ତାଙ୍କ ସ୍ତ୍ରୀଙ୍କ ମୃତଦେହ ରକ୍ତ ଜୁଡୁବୁଡୁ ଅବସ୍ଥାରେ ରୋଷେଇ ଘରେ ପଡିଥିଲା। ତୁରନ୍ତ ଭଗବାନ ଅଞ୍ଚଳର ଲୋକମାନଙ୍କ ସହାୟତାରେ ଉଭୟଙ୍କୁ ମେଡିକାଲ ନେଇ ଯାଇଥିଲେ। କିନ୍ତୁ ଡାକ୍ତର ଉଭୟ ମାଆ ଏବଂ ଝିଅଙ୍କୁ ମୃତ ଘୋଷଣା କରିଥିଲେ।

ଘରୁ ଅଳଙ୍କାର ମଧ୍ୟ ଗାଏବ ହୋଇଥିବା ଜଣାପଡିଛି। ଘଟଣା ସମ୍ପର୍କରେ ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପ୍ରାରମ୍ଭିକ ତଦନ୍ତରୁ ଏହା ଚୋରି ମାମଲା ବୋଲି ଜଣାପଡିଛି। ଫରେନସିକ ଦଳ ସହିତ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରତ୍ୟେକ ଦୃଷ୍ଟିକୋଣରୁ ମାମଲାର ତଦନ୍ତ କରୁଛି। କୋଟାର ପୋଲିସ ଅଧିକ୍ଷକ, ସିଟି ତେଜସ୍ୱିନୀ ଗୌତମ କହିଛନ୍ତି ଯେ ପଡ଼ୋଶୀର ସିସି ଟିଭି ଫୁଟେଜ୍ ଏବଂ ଅନ୍ୟାନ୍ୟ ପ୍ରମାଣ ଯାଞ୍ଚ କରାଯାଉଛି। ହତ୍ୟାର କୌଣସି ଠୋସ୍ ଉଦ୍ଦେଶ୍ୟ ଏପର୍ଯ୍ୟନ୍ତ ପ୍ରକାଶ ପାଇନାହିଁ। ଖୁବ୍ ଶୀଘ୍ର ମାମଲା ସମାଧାନ କରାଯିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking