21.1 C
Bhubaneswar
Wednesday, January 14, 2026
Homeଓଡିଶାଭିନ୍ନ ଭିନ୍ନ ସ୍ଥାନରୁ ପତିପତ୍ନୀଙ୍କ ମୃତଦେହ ଉଦ୍ଧାର

ଭିନ୍ନ ଭିନ୍ନ ସ୍ଥାନରୁ ପତିପତ୍ନୀଙ୍କ ମୃତଦେହ ଉଦ୍ଧାର

କେନ୍ଦୁଝର: କେନ୍ଦୁଝରରୁ ସାମ୍ନାକୁ ଆସିଛି ଏକ ଅଭାବନୀୟ ଘଟଣା। ଭିନ୍ନ ଭିନ୍ନ ସ୍ଥାନରୁ ପତିପତ୍ନୀଙ୍କ ମୃତଦେହ ଉଦ୍ଧାର କରାଯାଇଛିସକାଳେ ଶିକ୍ଷକଙ୍କ ମୃତଦେହ ଉଦ୍ଧାର କରିବା ପରେ ଶିକ୍ଷୟିତ୍ରୀ ପତ୍ନୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସକାଳେ ଶିକ୍ଷକଙ୍କ ମୃତଦେହ ବିରିକୁଆଁ ଘରୁ ଝୁଲନ୍ତା ଅବସ୍ଥାରେ ମିଳିଥିଲା। ଚମ୍ପୁଆ ଥାନା ରାମଲାରେ ନିର୍ମାଣାଧୀନ ଘରୁ ଶିକ୍ଷୟିତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଶିକ୍ଷୟିତ୍ରୀ ପତ୍ନୀଙ୍କୁ ହତ୍ୟା ପରେ ଶିକ୍ଷକ ନିଜ ଜୀବନ ହାରିଥିବା ସନ୍ଦେହ କରାଯାଉଛି। ମୃତ ଶିକ୍ଷକ ପଡ଼ୁଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ। ମୃତ ଶିକ୍ଷୟିତ୍ରୀ ବାଙ୍କ ସରକାରୀ ଉଚ୍ଚ ବିଦ୍ୟାଳୟର ହିନ୍ଦୀ ଶିକ୍ଷୟିତ୍ରୀ। ଗୋଟିଏ ଦିନରେ ପତିପତ୍ନୀ ମୃତଦେହ ମିଳିବାର କାରଣ ସ୍ପଷ୍ଟ ହୋଇନି। ଅଧିକ ତଥ୍ୟ ପାଇଁ ତଦନ୍ତ ଜାରି ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking