17.1 C
Bhubaneswar
Wednesday, February 11, 2026
Homeଦେଶ ବିଦେଶମାଉଣ୍ଟେନ ରିସୋର୍ଟରୁ ମିଳିଲା ୧୨ ଭାରତୀୟଙ୍କ ମୃତଦେହ

ମାଉଣ୍ଟେନ ରିସୋର୍ଟରୁ ମିଳିଲା ୧୨ ଭାରତୀୟଙ୍କ ମୃତଦେହ

ଜର୍ଜିଆ: ଜର୍ଜିଆର ଗୁଦାଉରି ଠାରେ ଥିବା ଗୋଟିଏ ମାଉଣ୍ଟେନ ରିସୋର୍ଟରୁ ୧୨ ଭାରତୀୟଙ୍କ ମୃତଦେହ ମିଳିଛି। ସମସ୍ତଙ୍କ ମୃତଦେହ ରିସର୍ଟର ରେଷ୍ଟୁରାଣ୍ଟର ଉପର ମହଲାରେ ଥିବା ବେଡରୁମ୍ ଭିତରୁ ମିଳିଥିବା ଟବିଲିସି ସ୍ଥିତି ଭାରତୀୟ ମିଶନ ପକ୍ଷରୁ ସୂଚନା ଦିଆଯାଇଛି। ଜର୍ଜିଆର ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ଗୋଟିଏ ବିବୃତିରେ କୁହାଯାଇଛି ଯେ ପ୍ରାଥମିକ ତଦନ୍ତରୁ କୌଣସି ମୃତକଙ୍କ ଦେହରେ କ୍ଷତଚିହ୍ନ ନାହିଁ। ଅର୍ଥାତ କୌଣସି ହିଂସାରେ ସେମାନଙ୍କ ମୃତ୍ୟୁ ହୋଇନାହିଁ। ସମସ୍ତେ କାର୍ବନ ମୋନୋକ୍ସାଡ ବିଷ ଯୋଗୁ ପ୍ରାଣ ହରାଇଥିବା ସ୍ପଷ୍ଟ ହୋଇଛି। ଏସବୁ ମଧ୍ୟରେ ମିଳିଥିବା ପ୍ରାଥମିକ ସୂଚନା ଅନୁସାରେ, ରିସର୍ଟ ପରିସରରେ ଗୋଟିଏ ପାୱାର ଜେନେରେଟର ରହିଥିଲା।

ତେବେ ଏହା ବେଡ ରୁମର ଅତି ନିକଟରେ ରହିଥିବା ବେଳେ ଶୁକ୍ରବାର ରାତିରେ ବିଜୁଳି ଚାଲିଯିବାରୁ ଜେନେରେଟର ଚାଲୁ କରାଯାଇଥିଲା। ସମ୍ଭବତଃ ଏଥିରୁ ବାହାରୁଥିବା ବିଷାକ୍ତ ଗ୍ୟାସ୍ ଯୋଗୁ ସମସ୍ତେ ପ୍ରାଣ ହରାଇଥିବା ଅନୁମାନ କରାଯାଉଛି। ତଥାପି ଫରେନ୍ସିକ ଟିମ ମୃତର ପ୍ରକୃତ କାରଣ ଜାଣିବା ପାଇଁ ଚେଷ୍ଟା ଚଳାଇଛି। ସମସ୍ତ ମୃତକ ଉକ୍ତ ଭାରତୀୟ ରେଷ୍ଟୁରାଣ୍ଟର କର୍ମଚାରୀ ଭାବେ ଏଠାରେ କାମ କରୁଥିଲେ ଏବଂ ରେଷ୍ଟୁରାଣ୍ଟର ଦ୍ୱିତୀୟ ମହଲାରେ ଥିବା ରୁମ୍‌ରେ ରହୁଥିଲେ। ଅନ୍ୟପକ୍ଷେ ଭାରତୀୟ ମିଶନ ଘଟଣାରେ ଶୋକ ପ୍ରକାଶ କରିବା ସହ ମୃତକଙ୍କ ସମ୍ପର୍କରେ ତଥ୍ୟ ଯୋଗାଡ଼ରେ ଲାଗିପଡ଼ିଛି। ଏଥିସହ ମୃତକଙ୍କ ପରିବାର ଲୋକଙ୍କୁ ସବୁ ପ୍ରକାରର ସହାୟତା ଯୋଗାଇ ଦିଆଯିବ ବୋଲି ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking