31.1 C
Bhubaneswar
Saturday, March 21, 2026
Homeଅପରାଧଗିରଫ ହେଲେ ବବିଙ୍କ ଭାଇ ଭବ ପ୍ରସାଦ

ଗିରଫ ହେଲେ ବବିଙ୍କ ଭାଇ ଭବ ପ୍ରସାଦ

ଯାଜପୁର : ଗିରଫ ହେଲେ ବବି ଦାସଙ୍କ ଭାଇ ଭବ ପ୍ରସାଦ ଦାସ । ଯାଜପୁର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ସମ୍ପର୍କୀୟ ଭାଇ ଭବ ପ୍ରସାଦ ଦାସ ଗିରଫ । ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କୁ ଆକ୍ରମଣ ଘଟଣା ଓ ବିରଜା ହାଟ ଗଣ୍ଡଗୋଳ ଘଟଣାରେ ତାଙ୍କୁ ଗିରଫ କରାଯାଇଛି। ଘଟଣାରେ ମୋଟ ୧୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଯାଜପୁର ଥାନାରେ ଭବ ପ୍ରସାଦ ଦାସ ନାମରେ ୪ଟି ପୃଥକ ପୃଥକ ମାମଲା ରୁଜୁ ହୋଇଛି। ବିରଜା ହାଟରେ ବ୍ୟବସାୟୀଙ୍କ ପରିବା ଫୋପାଡିବା ଓ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଥିଲା । ବିଧାୟକଙ୍କୁ ଆକ୍ରମଣ ଘଟଣାରେ ଗିରଫ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି ।

ଗୁରୁବାର ୧୦ଜଣଙ୍କୁ ପୁଲିସ ଗିରଫ କରିଥିଲା । ଶୁକ୍ରବାର ଆଉ ୮ଜଣଙ୍କୁ ସଦର ପୁଲିସ ଉଠାଇ ନେଇଥିଲା । ପଚରାଉଚରା ପରେ ୪ଜଣଙ୍କୁ ଗିରଫ ଦର୍ଶା ଯାଇଥିବା ବେଳେ ଅନ୍ୟ ୪ଜଣ ଅଟକ ରହିଛନ୍ତି । ଗିରଫ ଅଭିଯୁକ୍ତମାନେ ହେଲେ ସଦର ଥାନା ଅନ୍ତର୍ଗତ ଶଙ୍ଖନାଳିର ବିରଞ୍ଚି ନାରାୟଣ ଆଚାର୍ଯ୍ୟଙ୍କ ପୁଅ ପ୍ରକାଶ କୁମାର ଆଚାର୍ଯ୍ୟ (୩୪), କୃଷ୍ଣଚନ୍ଦ୍ର ରାଉତଙ୍କ ପୁଅ ସୁଶୀଲ ରାଉତ(୨୮), ଜାହାନପୁରର ଗୟାଧର ଓଝାଙ୍କ ପୁଅ ସୁଦର୍ଶନ ଓଝା(୩୫) ଏବଂ ବାଣପୁର ଗ୍ରାମର ଚୈତନ୍ୟ ନାୟକଙ୍କ ପୁଅ ଅଚ୍ୟୁତାନନ୍ଦ ନାୟକ(୪୪)।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking