18.1 C
Bhubaneswar
Monday, December 22, 2025
Homeଓଡିଶାମଝି ନଦୀରେ ଡଙ୍ଗା ବୁଡିବା ଘଟଣା: ଦମ୍ପତିଙ୍କ ମୃତ ଦେହ ଉଦ୍ଧାର

ମଝି ନଦୀରେ ଡଙ୍ଗା ବୁଡିବା ଘଟଣା: ଦମ୍ପତିଙ୍କ ମୃତ ଦେହ ଉଦ୍ଧାର

କୋରାପୁଟ: ସୁଆଁ ଅମଳ କରି ଘରକୁ ଫେରୁଥିବା ବେଳେ ମଝି ନଦୀରେ ବୁଡିଯାଇଥିଲା ଡ଼ଙ୍ଗା । କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ଜବାଗଡ ଗ୍ରାମରେ ଏଭଳି ଅଘଟଣ ଗତ କାଲି ଘଟିଥିଲା । ସୂଚନାଯୋଗ୍ୟ ଯେ, ଗତକାଲି ଜବାଗଡ଼ ଗ୍ରାମର କୃଷ୍ଣ ପାଡ଼ିକି ଏବଂ ସ୍ତ୍ରୀ ପ୍ରତିମା ପାଡ଼ିକି ମେଘୁଆ ପାଗ ଏବଂ ଝିପି ଝିପି ବର୍ଷା ଆସିବା ଦେଖି ଜଲାପୁଟ ଜଳଭଣ୍ଡାର ପାର ହୋଇ ସୁଆଁ ଅମଳ ପାଇଁ ଯାଇଥିଲେ l ଗ୍ରାମର କିଛି ଲୋକ ମଧ୍ୟ ନଦୀ ପାର ହୋଇ ସୁଆଁ ଅମଳ ପାଇଁ ଯାଇଥିଲେ l କିଛି ଲୋକ ଅପରାହ୍ନ ୨ଟା ପୂର୍ବରୁ ଘରକୁ ଫେରିଥିଲେ l କୃଷ୍ଣ ଏବଂ ତାଙ୍କ ସ୍ତ୍ରୀ ଚାଷ ଜମିରୁ ଏକ ଦେଶୀ ଡଙ୍ଗାରେ ୬ ବସ୍ତା ସୁଆଁ ଧରି ଘରକୁ ଫେରୁଥିଲେ । ସେହି ସମୟରେ ଡଙ୍ଗା ଓଲଟି ବୁଡି ଯାଇଥିଲେ । ଗ୍ରାମର କିଛି ଲୋକ ପରବର୍ତ୍ତୀ ସମୟରେ ଅମଳ କାମ ସାରି ଘରକୁ ଫେରିଥିଲେ l କିନ୍ତୁ ଗ୍ରାମକୁ ଦମ୍ପତି ଫେରିନଥିବା ଖବର ପାଇ ନଦୀ କୂଳକୁ ଯାଇଥିଲେ l ନଦୀ କୂଳରେ ଚପଲ ଓ କାତ ଭାସୁଥିବା ଦେଖି ଗାଁ ଲେକେ ସନ୍ଦେହ କରି ଖୋଜାଖୋଜି ଆରମ୍ଭ କରିଥିଲେ l ଗ୍ରାମବାସୀ ପୋଲିସ ଏବଂ ଅଗ୍ନିଶମ ବାହିନୀକୁ ସଙ୍ଗେ ସଙ୍ଗେ ଖବର ଦେଇଥିଲେ l ନନ୍ଦପୁର ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଜଲାପୁଟ ଜଳଭଣ୍ଡାରରୁ ଦମ୍ପତିଙ୍କ ମୃତଦେହ ଉଦ୍ଧାର କରିଥିଲେ l ମୃତଦେହ ସହ ବୁଡ଼ିଯାଇଥିବା ଡ଼ଙ୍ଗା ଏବଂ କିଛି ସୁଆଁ ବସ୍ତା ଉଦ୍ଧାର କରିଛି ଅଗ୍ନିଶମ ବାହିନୀ l ମାଛକୁଣ୍ଡ ପୋଲିସ ଦୁଇଟି ଶବ ଜବତ କରି ଶବ ବ୍ୟବଚ୍ଛେଦ ଡାକ୍ତରଖାନାକୁ ପଠାଇଛି l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking