20.1 C
Bhubaneswar
Monday, February 9, 2026
Homeଦେଶ ବିଦେଶମଝି ନଦୀରେ ବୁଡ଼ିଲା ଡ଼ଙ୍ଗା, ଚାଲିଗଲା ୨୫ ଜଣଙ୍କ ଜୀବନ

ମଝି ନଦୀରେ ବୁଡ଼ିଲା ଡ଼ଙ୍ଗା, ଚାଲିଗଲା ୨୫ ଜଣଙ୍କ ଜୀବନ

ଆଫ୍ରିକା: ମଝି ନଦୀରେ ଓଲଟି ପଡ଼ିଲା ଯାତ୍ରୀବାହୀ ଡଙ୍ଗା। ଚାଲିଗଲା ୨୫ ଜଣଙ୍କ ଜୀବନ। ସେହିପରି ୧୨ରୁ ଅଧିକ ଯାତ୍ରୀ ନିଖୋଜ ଅଛନ୍ତି। ଆଫ୍ରିକାର କଙ୍ଗୋରେ ଘଟିଛି ଏଭଳି କିଛି ଦୁର୍ଘଟଣା। ସୂଚନା ମୁତାବକ, ମଧ୍ୟ କଙ୍ଗୋର ଫିମି ନଦୀ କୂଳରେ ୧୦୦ରୁ ଅଧିକ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ବୁଡ଼ି ଯାଇଛି। ଏଥିରେ ୨୫ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଅଧିକାଂଶ ଛୋଟ ପିଲା ଓ ମହିଳା ଅଛନ୍ତି। ସେହିପରି ୧୨ ଜଣ ଏବେବି ନିଖୋଜ ଅଛନ୍ତି। ଅଧିକାରୀ ଏବଂ ସ୍ଥାନୀୟ ବାସିନ୍ଦା ଏହି ସୂଚନା ଦେଇଛନ୍ତି। କିନ୍ସାସାର ରାଜଧାନୀ ଉତ୍ତର-ପୂର୍ବରେ ଥିବା ଇନୋଙ୍ଗୋ ସହରରୁ ବାହାରିବା ପରେ ୧୦୦ରୁ ଅଧିକ ଯାତ୍ରୀ ଜାହାଜରେ ଚଢ଼ିଥିଲେ ବୋଲି ଜଣାପଡିଛି। ଅଧିକାରୀଙ୍କ କହିବା ମୁତାବକ ଓଭରଲୋଡିଂ ଯୋଗୁ ଏହି ଯାତ୍ରୀବାହୀ ଡ଼ଙ୍ଗାଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଡଙ୍ଗାରେ ଯାତ୍ରୀଙ୍କ ସମେତ ଜିନିଷ ପତ୍ର ମଧ୍ୟ ଲଦା ହୋଇଥିଲା। ବର୍ତ୍ତମାନ ସୁଦ୍ଧା ୨୫ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ଅନ୍ୟମାନଙ୍କୁ ଖୋଜାଖୋଜି ଚାଲିଛି। ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଅଶଙ୍କା ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking