26.1 C
Bhubaneswar
Monday, March 31, 2025
Homeଓଡିଶାଛାତ୍ରୀଙ୍କ ମୃତ୍ୟୁ ପରେ ହଷ୍ଟେଲ ଛାଡିଲେ ଅନ୍ତେବାସୀ

ଛାତ୍ରୀଙ୍କ ମୃତ୍ୟୁ ପରେ ହଷ୍ଟେଲ ଛାଡିଲେ ଅନ୍ତେବାସୀ

ଉଦଳା ଅନ୍ଵେଷା ହଷ୍ଟେଲରେ ନବମ ଶ୍ରେଣୀ ଛାତ୍ରୀ ମୃତ୍ୟୁ  ଘଟଣା ପରେ  ବିଳମ୍ବିତ ରାତିରେ ହଷ୍ଟେଲ ଛାଡ଼ିଲେ ୧୭୦ ଅନ୍ତେବାସୀ । ଗତକାଲି ମର୍ଣ୍ଣିଙ୍ଗ ଷ୍ଟାର ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀଙ୍କ ମୃତଦେହ ଅନ୍ଵେଷା ହଷ୍ଟେଲରୁ ଉଦ୍ଧାର ହୋଇଥିଲା ।  ଏହି ଘଟଣାରେ ପୋଲିସ ଓ ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଗତକାଲି ହଷ୍ଟେଲରେ ଅଭିଭାବକ ବୈଠକ ଥିବାବେଳେ ନାବାଳିକାଙ୍କ ପରିବାର ଲୋକ ମଧ୍ୟ ସେହି ବୈଠକକୁ ଆସିଥିଲେ।  ଅପରାହ୍ନରେ ଝିଅ ସହ କଥା ହୋଇ ଘରକୁ ଫେରିଥିଲେ । ହେଲେ ସନ୍ଧ୍ୟାରେ ପ୍ରାର୍ଥନା ସମୟରେ ସେ ଅନୁପସ୍ଥିତ ଥିଲେ । ଖୋଜାଖୋଜି ପରେ ନାବାଳିକା ଜଣଙ୍କ ତୃତୀୟ ମହଲାର ବାଲକୋନୀରେ ଝୁଲି ପଡ଼ିଥିବା ଦେଖିବାକୁ ମିଳିଥିଲା । ପରେ ଅନ୍ୟ ଛାତ୍ରୀମାନେ ହଷ୍ଟେଲ ମାଟ୍ରନଙ୍କୁ କହିବା ପରେ ସମସ୍ତେ ଘଟଣା ସ୍ଥଳରେ ପହଞ୍ଚିଥିଲେ । ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ । ଉଦଳା ପୋଲିସ ସହିତ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking