28.1 C
Bhubaneswar
Friday, September 27, 2024
Homeଓଡିଶାଆଜିଠୁ ବୋର୍ଡ ପରୀକ୍ଷା ପଞ୍ଜୀକରଣ ଆରମ୍ଭ

ଆଜିଠୁ ବୋର୍ଡ ପରୀକ୍ଷା ପଞ୍ଜୀକରଣ ଆରମ୍ଭ

କଟକ : ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ)ଦ୍ୱାରା ସ୍ୱୀକୃତିପ୍ରାପ୍ତ ହାଇସ୍କୁଲ୍‌ରେ ଅଧ୍ୟୟନରତ ନବମ ଶ୍ରେଣୀ ଛାତ୍ର ଛାତ୍ରୀମାନେ ଆସନ୍ତା ୨୦୨୬ରେ ମାଟ୍ରିକ୍‌ ପରୀକ୍ଷା ଦେବେ । ଏଥିପାଇଁ ଶୁକ୍ରବାର ଠାରୁ ପଞ୍ଜୀକରଣ ଲାଗି ବୋର୍ଡ  ପକ୍ଷରୁ ପ୍ରଧାନ ଶିକ୍ଷକମାନଙ୍କୁ ଅବଗତ କରାଯାଇଛି । ଅକ୍ଟୋବର ୯ ତାରିଖ ପର୍ୟ୍ୟନ୍ତ ପଞ୍ଜୀକରଣ ସମୟ  ସୀମା ଦିଆଯାଇଛି । ଛାତ୍ରଛାତ୍ରୀ ପଞ୍ଜୀକରଣ ଫି’  ବାବଦକୁ ୬୦ ଟଙ୍କା ଅନ୍‌ଲାଇନ୍‌ ଜରିଆରେ ଦାଖଲ  କରିବେ । ଏସ୍‌ସି ଓ ଏସ୍‌ଟି ଛାତ୍ରଛାତ୍ରୀଙ୍କ ପାଇଁ  ଦେୟ ମୁକ୍ତ ରହିଛି। ପଞ୍ଜୀକରଣ ସମ୍ପର୍କିତ ସମସ୍ତ  ତଥ୍ୟ ବୋର୍ଡ ୱେସାଇଟ୍‌ରେ ଉପଲବ୍ଧ । ଯେଉଁ ନବମ  ଛାତ୍ରଛାତ୍ରୀ ପଞ୍ଜୀକରଣ କରାଇନଥିବେ ସେମାନେ ୨୦୨୬ ମାଟ୍ରିକ୍‌ ପରୀକ୍ଷା (ରେଗୁଲାର ) ଦେଇପାରିବେ  ନାହିଁ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking