27.1 C
Bhubaneswar
Sunday, March 22, 2026
Homeଓଡିଶାକୂଅରେ ପଡିଲେ ବାର୍‌ହା: ୧ ମୃତ ୨୫ ଉଦ୍ଧାର

କୂଅରେ ପଡିଲେ ବାର୍‌ହା: ୧ ମୃତ ୨୫ ଉଦ୍ଧାର

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍‌ ଜୁଙ୍ଗା ପଞ୍ଚାୟତ ଭଗାମୁଣ୍ଡା ଗ୍ରାମ କିଷାନସାହିର ଏକ ପରିତ୍ୟକ୍ତ କୂଅରେ ଖସିପଡ଼ିଲେ ୨୬ ବାର୍‌ହା। ସେଥିରୁ ୨୫ଟି ବାର୍‌ହାକୁ ବନ ବିଭାଗ ପକ୍ଷରୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଗୋଟିଏ ବାର୍‌ହାର ମୃତ୍ୟୁ ଘଟିଛି। ହାତୀ ଓ ବନ୍ୟଜନ୍ତୁ ଦାଉରୁ ଧାନଫସଲକୁ ରକ୍ଷା କରିବା ପାଇଁ ଗ୍ରାମବାସୀ ଚାଷଜମି ନିକଟରେ ମଞ୍ଚା କରି ଜଗୁଛନ୍ତି। ମଞ୍ଚାରେ ଜଗିଥିବା ଲୋକେ ରାତିରେ ମଝିରେ ମଝିରେ ବଡ଼ପାଟିରେ ହୋହଲ୍ଲା କରିବା ସହ ବାଜା ବଜାଇଥା’ନ୍ତି। ଭୟରେ ବନ୍ୟପ୍ରାଣୀ ଧାନବିଲରେ ପଶନ୍ତି ନାହିଁ। ଆଜି ଭୋରରେ ଧାନ ଖାଇ ବାର୍‌ହାପଲ ଜଙ୍ଗଲକୁ ଫେରୁଥିଲେ। ଲୋକଙ୍କ ପାଟି ଶୁଣି ସାହିର ଏକ ପରିତ୍ୟକ୍ତ କୂଅରେ ପଡ଼ି ଯାଇଥିଲେ। ଆଜି ସକାଳେ ଲୋକେ ସେହି ରାସ୍ତା ଦେଇ ଯାତାୟାତ କଲାବେଳେ କୂଅ ଭିତରେ ବାର୍‌ହା ପଡ଼ିଥିବା ଦେଖିଥିଲେ। ଏନେଇ ଗ୍ରାମବାସୀ କେନ୍ଦୁଝର ସଦର ରେଞ୍ଜ୍‌କୁ ଖବର ଦେଇଥିଲେ। ଖବର ପାଇ ବନପାଳ କାଳନ୍ଦୀ ଚରଣ ସାମଲ, ଜଂଘିରା ବନପାଳ ଶରତ ପଟ୍ଟନାୟକ, ଶଶିଭୂଷଣ ସାହୁଙ୍କ ସମେତ ବନ ସୁରକ୍ଷାକର୍ମୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏକ ଜେସିବି ମେସିନ ସାହାଯ୍ୟରେ ବାର୍‌ହା ପଲକୁ ଉଦ୍ଧାର କରାଯାଇଥିବା ନେଇ ସୂଚନା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking