20.1 C
Bhubaneswar
Thursday, January 15, 2026
Homeଓଡିଶାରିଜେଣ୍ଟ ମାର୍କେଟରେ ବିଏନଏସ ୧୬୩

ରିଜେଣ୍ଟ ମାର୍କେଟରେ ବିଏନଏସ ୧୬୩

ସୁନ୍ଦରଗଡ: ଟାଉନ୍ ଥାନା ରିଜେଣ୍ଟ ମାର୍କେଟରେ ଗୋଷ୍ଠୀ ସଂଘର୍ଷ। ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ସହ ପରସ୍ପରକୁ ଢେଲାପଥର ମାଡ। ଏହି ଗୋଷ୍ଠୀ ସଂଘର୍ଷରେ ଚାରି ଜଣ ପୋଲିସ କର୍ମଚାରୀଙ୍କ ସମେତ ଅନ୍ୟୂନ ୧୨ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଉତ୍ତେଜନାକୁ ଦୃଷ୍ଟିରେ ରଖି ବିଏନଏସ ୧୬୩ ଜାରି କଲା ପ୍ରଶାସନ। ସୂଚନା ଅନୁଯାୟୀ, ସୁନ୍ଦରଗଡ଼ ଟାଉନ୍ ଥାନା ଅଧୀନରେ ଥିବା ରିଜେଣ୍ଟ ମାର୍କେଟ ନିକଟରେ ସକାଳ ପ୍ରାୟ ୧୧ଟା ସମୟରେ ଏକ ଛୋଟ ଝଗଡ଼ାକୁ ନେଇ ସଂଘର୍ଷ ଆରମ୍ଭ ହୋଇଥିଲା। ପରିସ୍ଥିତି ଶୀଘ୍ର ଉତ୍ତେଜନାପୂର୍ଣ୍ଣ ହୋଇଯାଇଥିଲା, ଦୁଇ ଗୋଷ୍ଠୀର ସଦସ୍ୟମାନେ ଢେଲାପଥର ମାଡ କରିଥିଲେ। କିଛି ବ୍ୟକ୍ତି ପରସ୍ପରକୁ ଖଣ୍ଡାରେ ଆକ୍ରମଣ କରିଥିବା ମଧ୍ୟ ଜଣାପଡ଼ିଛି। ଶାନ୍ତି ଫେରାଇ ଆଣିବା ପାଇଁ ଘଟଣାସ୍ଥଳରେ ପହଞ୍ଚିଥିବା ପୋଲିସ କର୍ମଚାରୀମାନେ ମଧ୍ୟ ହିଂସାରେ ଆହତ ହୋଇଥିଲେ। ଆହତମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ଆଗକୁ ଉତ୍ତେଜନା ବୃଦ୍ଧି ନ କରିବା ପାଇଁ ବହୁ ସଂଖ୍ୟକ ପୋଲିସ କର୍ମଚାରୀ ମୁତୟନ ରହିଛନ୍ତି। ପ୍ରଶାସନ ପକ୍ଷରୁ ଅଞ୍ଚଳରେ ବିଏନଏସ ୧୬୩ ଲାଗୁ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking