ଭୁବନେଶ୍ୱର: ଆସନ୍ତାକାଲିଠୁ ଡେଙ୍ଗୁ ପ୍ରତିହତ ପାଇଁ ବିଏମସି ପାଳିବ ଡ୍ରାଏ ଡେ । ସମସ୍ତ ୱାର୍ଡରେ ଡ୍ରାଏ ଡେ ପାଳନ ନେଇ କର୍ପୋରେଟରଙ୍କୁ ପ୍ରଶିକ୍ଷଣ ଦିଆଯିବ । ଡେଙ୍ଗୁ ନିୟନ୍ତ୍ରଣ ପାଇଁ ଚଳିତ ବର୍ଷ ଅଧିକ ସଂଖ୍ୟକ ଷ୍ଟାଫ ନିୟୋଜିତ ହେବେ । ବିଏମସିର ୭୦ କର୍ମଚାରୀ ବିଭିନ୍ନ ୱାର୍ଡରେ ବୁଲି ତେଲ ସ୍ପ୍ରେ କରିବେ ।