25.1 C
Bhubaneswar
Saturday, March 21, 2026
Homeଓଡିଶାପୋଖରୀ ହୁଡ଼ାରୁ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଉଦ୍ଧାର

ପୋଖରୀ ହୁଡ଼ାରୁ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଉଦ୍ଧାର

ଗଞ୍ଜାମ: ଝିଅକୁ ବିବାହ କରାଇବା ଲାଗି ଗାଁକୁ ଆସିଥିଲେ ବାପା। ହେଲେ ତା’ ପୂର୍ବରୁ ପୋଖରୀ ହୁଡ଼ାରୁ ମିଳିଛି ତାଙ୍କର ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ। ଗଞ୍ଜାମ ଜିଲା ବଡଗଡ ଥାନା ରାଇବନ୍ଧ ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ଗ୍ରାମର ଡମ୍ବରୁ ସ୍ୱାଇଁ(୪୫)। ପରିବାରଲୋକେ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି।

ସୂଚନା ଅନୁଯାୟୀ, ଡମ୍ବରୁ ସୁରଟରେ ଦାଦନ ଶ୍ରମିକ ଭାବେ କାର୍ଯ୍ୟ କରନ୍ତି। କିଛି ଦିନ ତଳେ ଝିଅକୁ ବିବାହ କରାଇବା ପାଇଁ ସେ ଗାଁ କୁ ଆସିଥିଲେ। ହେଲେ ତାଙ୍କୁ ଉକ୍ତ ଗ୍ରାମର ଶଙ୍କର ସ୍ୱାଇଁଙ୍କ ପୁଅ ବାଇନାଥ ସ୍ୱାଇଁ ହତ୍ୟା ଧମକ ଦେଇଥିଲେ। ବାଇନାଇ ଫୋନ୍‌ରେ ପଠାଇଥିବା ବାର୍ତ୍ତା ଆଧାରରେ ଡମ୍ବରୁ ବରଗଡ଼ ଥାନାର ଦ୍ୱାରସ୍ଥ ହୋଇଥିଲେ। ପରିବାରଲୋକଙ୍କ କହିବା ମୁତାବକ, କିଛି ବର୍ଷ ପୂର୍ବରୁ ଦୁଇ ପରିବାର ମଧ୍ୟରେ ବିଦାଦ ରହିଥିଲା। ପୋଲିସର ସହଯୋଗରେ ଆପସ ବୁଝାବଣା ମଧ୍ୟ ହୋଇଥିଲା। ମାତ୍ର ତିନିଦିନ ତଳେ ଶଙ୍କର ହାତରେ ଠେଙ୍ଗା ଧରି ଡମ୍ବରୁଙ୍କ ପରିବାରଲୋକଙ୍କ ସହ ଗାଲିଗୁଲଜ କରିଥିଲେ। ତେବେ ଶୁକ୍ରବାର ରାତିରେ ଡମ୍ବରୁ ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ଆଉ ଘରକୁ ଫେରି ନ ଥିଲେ । ବିଳମ୍ବ ହେବାରୁ ଘର ଲୋକେ ଫୋନ କରିଥିଲେ। ମାତ୍ର ଫୋନ ଲାଗି ନ ଥିଲା। ଶେଷରେ ତାଙ୍କୁ ଖୋଜିବାକୁ ଯାଇ ପୋଖରୀ ହୁଡ଼ାରେ ଡମ୍ବରୁଙ୍କ ଖଣ୍ଡ ବିଖଣ୍ଡିତ ମୃତ ଦେହ ରକ୍ତ ଜୁଡୁବୁଡୁ ହୋଇ ପଡିଥିବା ଦେଖିବାକୁ ପାଇଥିଲେ । ଏନେଇ ବରଗଡ଼ ପୋଲିସକୁ ଖବର ଦିଆଯାଇଥିଲା। ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ଏ ନେଇ ଡମ୍ବୁରୁ ଙ୍କ ସ୍ତ୍ରୀ ବଡ଼ଗଡ ଥାନା ଲିଖିତ ଅଭିଯୋଗ କରିବା ପରେ ମାମାଲା ରୁଜୁ ହୋଇଛି। ପୋଲିସ ଘଟଣାର ତଦନ୍ତ କରିବା ସହ କିଛି ଲୋକଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ବଡ଼ଗଡ ଥାନା ଅଧିକାରୀ ପ୍ରତିକ୍ରିୟା ରଖିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking