28.1 C
Bhubaneswar
Sunday, March 22, 2026
Homeଓଡିଶାରାଜୀବ ଗାନ୍ଧୀଙ୍କ ଶ୍ରାଦ୍ଧବାର୍ଷିକ ଅବସରରେ ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ରକ୍ତଦାନ ଶିବିର

ରାଜୀବ ଗାନ୍ଧୀଙ୍କ ଶ୍ରାଦ୍ଧବାର୍ଷିକ ଅବସରରେ ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ରକ୍ତଦାନ ଶିବିର

ଭୁବନେଶ୍ବର: ଆଜି ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ଭାରତରନ୍ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀ ଜୀବ ଗା! ଗାନ୍ଧୀଙ୍କ ଶ୍ରାଦ୍ଧବାର୍ଷିକ ପାଳନ ଅବସରରେ ଭାରତୀୟ ଯୁବ କଂଗ୍ରେସର ନିର୍ଦ୍ଦେଶକ୍ରମେ ପ୍ରଦେଶ ଯୁବ କଂଗ୍ରେସ ସ ପକ୍ଷରୁ ସଭାପତି ଶ୍ରୀ ରଣଜିତ ପାତ୍ରଙ୍କ ନେତୃତ୍ୱରେ ଓଡ଼ିଶାର ସମସ୍ତ ଜିଲ୍ଲା ସଦର ମହକୁମାରେ ରକ୍ତଦାନ ଶିବିର ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ଆୟୋଜିତ ହୋଇଯାଇଛି । ଭୁବନେଶ୍ୱରରେ ଭୁବନେଶ୍ୱର ଜିଲ୍ଲା ଯୁବ କଂଗ୍ରେସ ସଭାପତି ମହମ୍ମଦ ଗୁଲଫାମଙ୍କ ନେତୃତ୍ବରେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ହୋଇଥିଲା। ଏହି ରକ୍ତଦାନ ଶିବିରକୁ ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ଉଦ୍‌ଘାଟନ କରିଥିଲେ । ସେହିଭଳି ପ୍ରଦେଶ ଯୁବ କଂଗ୍ରେସ ସଭାପତି ଶ୍ରୀ ରଣଜିତ ପାତ୍ର ପୁରୀ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ଆଲୋକ ଦାସଙ୍କ ସଭାପତିତ୍ୱରେ ପୁରୀଠାରେ ହୋଇଥିବା ରକ୍ତଦାନ ଶିବିରକୁ ଉଦଘାଟନ କରିଥିଲେ।

ଭୁବନେଶ୍ୱର ଜିଲ୍ଲା ଯୁବ କଂଗ୍ରେସ ଶିବିରରେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ରମେଶ ଜେନା, ସୁରେଶ କୁମାର ରାଉତରାୟ, ଶିବାନନ୍ଦ ରାୟ, ୟାସିର ନୱାଜ, ମନୋଜ ଜେନା, ସନ୍ତୋଷ ଜେନା, ପ୍ରକାଶ ମିଶ୍ର, ଅଜୟ ସାହୁ, ସୁଦିପ ସାମଲ, ବଳରାମ ନନ୍ଦ, ସତ୍ୟଜିତ ପଟ୍ଟନାୟକ, ଲିଙ୍ଗରାଜ ସାହୁ, ମନୋଜ ରାଉତ, ମିହିର ଆଚାର୍ଯ୍ୟ, ଶିଳ୍ପଶ୍ରୀ ହରିଚନ୍ଦନ, ସସ୍ମିତା ପଣ୍ଡା, ଲିପିକା ପାତ୍ର, କାର୍ତ୍ତିକେଶ୍ୱର କାଣ୍ଡି, ସ୍ପନ୍ଦନ ସ୍ୱାଇଁ, ସୁରଜ ରାଉତ, ସାଗର ପଟ୍ଟନାୟକ, ପବିତ୍ର ସେଠୀ, ପ୍ରମୁଖ ଅଂଶଗ୍ରହଣ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking