25.1 C
Bhubaneswar
Sunday, December 21, 2025
Homeଓଡିଶାବି ଏନ୍ ମହାନ୍ତି ଏଣ୍ଡ ଆସୋସିଏଟ୍ସ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ

ବି ଏନ୍ ମହାନ୍ତି ଏଣ୍ଡ ଆସୋସିଏଟ୍ସ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ

ଯାଜପୁର:  ଆଜି ଦୂର୍ଗକଲୋନି ସ୍ଥ ହରେକୃଷ୍ଣ ଭବନ ରେ ବି ଏନ୍ ମହାନ୍ତି ଏଣ୍ଡ ଆସୋସିଏଟ୍ସ ତରଫରୁ ୩୨ ତମ ପ୍ରତିଷ୍ଠା ଦିବସ ଅବସର ରେ ଏକ ରକ୍ତଦାନ ଶିବିର ଅନୁଷ୍ଟିତ ହୋଇଯାଇଛି। ଏହାକୁ ଆନୁଷ୍ଠାନିକ ଭାବେ ମାନ୍ୟବର କୋରେଇ ବିଧାୟକ ଶ୍ରୀଯୁକ୍ତ ଅକାଶ ଦାସ ନାୟକ ଉଦ୍ଘାଟନ କରି ଚାରିବର୍ଷ ଧରି ଗ୍ରୀଷ୍ମ ଋତୁ ରେ ରକ୍ତ ଦାନ ଶିବିର କରି ଆସୁଥିବାରୁ ଏହାର ପ୍ରତିଷ୍ଠାତା ବିବେକାନନ୍ଦ ମହାନ୍ତି ଏଵଂ ସମସ୍ତ ସଦସ୍ୟ ଙ୍କୁ ଭୂୟସୀ ପ୍ରଶଂସା କରିଥିଲେ। ଶିବିର ରୁ ସମୁଦାୟ ୫୧ ୟୁନିଟ ରକ୍ତ ସଂଗୃହୀତ ହେଇଥିଲା। ସମ୍ମାନିତ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରୀତି ରଞ୍ଜନ ଘଡେ଼ଇ, ବ୍ୟାସନଗର ପୌରପାଳିକା ର ଅଧକ୍ଷ ସୁବାସ ଚନ୍ଦ୍ର ବଳ, ପୂର୍ବତନ ଅଧ୍ୟକ୍ଷ ରସାନନ୍ଦ ମହାନ୍ତି, ଶ୍ରୀମତୀ ସବିତା ରାଉତ, ଯାଜପୁର ରୋଡ ଆଦର୍ଶ ଥାନା ଅଧିକାରୀ ଉପେନ୍ଦ୍ର ପ୍ରଧାନ, ବ୍ୟାସନଗର ଅତିରିକ୍ତ ତହସିଲଦାର ପ୍ରଶାନ୍ତ କୁମାର ପୁହାଣ, ଶ୍ରମିକ ନେତା ବିଦ୍ୟାଧର ମହାନ୍ତି,ପ୍ରଫୁଲ୍ଲ କୁମାର ନାୟକ ବିଜେପି ନେତା ସତ୍ୟନାରାୟଣ ମହାନ୍ତି, ଅଯୋଧ୍ୟା ଜେନା, ଉପସ୍ଥିତ ହୋଇ ରକ୍ତ ଦାତା ମାନଙ୍କୁ ଉତ୍ସାହିତ ସହିତ ଏହାର ଓକିଲ ସଦସ୍ୟ ମାନଙ୍କୁ ଧନ୍ୟବାଦ୍ ଦେଇଥିଲେ। ଏହାକୁ ସଂସ୍ଥା ର ସଦସ୍ୟ ଓକିଲ ଦିଲ୍ଲିପ କୁମାର ନାୟକ, ପ୍ରବୀର କୁମାର ରାଉତ୍, ତପନ କୁମାର କର, ଶିବାନନ୍ଦ ଦାସ, ମନୋଜ ଓଝା, ବିଜୟ କୁମାର ଆଇଚ, ସଞ୍ଜୟ କୁମାର ଆଇଚ,ପ୍ରମୁଖ ପରିଚାଳନା ରେ ସାହାଯ୍ୟ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଡାକ୍ତର ସଦାନନ୍ଦ ମହାନ୍ତି, ଡାକ୍ତର ରଜନୀ ବଲ୍ଲଭ ଦାସ, ଡାକ୍ତର ବିଶ୍ଵ ନାରାୟଣ ମହାନ୍ତି, ଯୁବ ନେତା ଅଯୋଧ୍ୟା ଜେନା ପ୍ରମୁଖ ଯୋଗ ଦେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking