ଭୁବନେଶ୍ୱର: ଏଣିକି ପ୍ରତି ମାସର ଦ୍ୱିତୀୟ ମଙ୍ଗଳବାର ହେବ ରକ୍ତଦାନ ଶିବିର । ରାଜ୍ୟର ସମସ୍ତ ୫୭ ସରକାରୀ ରକ୍ତ ଭଣ୍ଡାରରେ ହେବ ରକ୍ତଦାନ ଶିବିର । ଏନେଇ ସୂଚନା ଦେଇଛନ୍ତି ରକ୍ତ ନିରାପତ୍ତା ନିର୍ଦ୍ଦେଶକ ଡା. ପ୍ରଦୀପ୍ତ ପାତ୍ର । ଖରା ଦିନରେ ରକ୍ତ ଅଭାବକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ହୋଇଛି । ଏନଜିଓଙ୍କ ସହେଯାଗରେ ରକ୍ତ ସଂଗ୍ରହ ନେଇ ଟାର୍ଗେଟ ସ୍ଥିର ହେବ । ରେଡକ୍ରସ , ସ୍ୱେଚ୍ଛାସେବୀ ସଂଗଠନ, ଇଞ୍ଜିନିୟରିଂ କଲେଜ ବି କରିବେ ।