24.4 C
Bhubaneswar
Saturday, March 7, 2026
Homeଓଡିଶାବ୍ଯାସନଗର ସ୍ବୟଂ ଶାସିତ ମହାବିଦ୍ୟାଳୟରେ ରକ୍ତଦାନ ଶିବିର ଅନୁଷ୍ଠିତ

ବ୍ଯାସନଗର ସ୍ବୟଂ ଶାସିତ ମହାବିଦ୍ୟାଳୟରେ ରକ୍ତଦାନ ଶିବିର ଅନୁଷ୍ଠିତ

ଯାଜପୁର: ଶୁକ୍ରବାର ବ୍ଯାସନଗର ସ୍ବୟଂ ଶାସିତ ମହାବିଦ୍ୟାଳୟ ରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟ ର ଜାତୀୟ ସେବା ସଂସ୍ଥା ( ଏନ୍ ଏସ୍ ଏସ୍ ୟୁନିଟ ) ଦ୍ବାରା ଆୟୋଜିତ ହୋଇଥିବା ଏହି ଶିବିର କୁ ଅଧ୍ୟକ୍ଷ ଶ୍ରୀ ଯୁକ୍ତ ହିମାଂଶୁ ଶେଖର ଦ୍ବିବେଦୀ ଫିତା କାଟି ଉଦ୍ଘାଟନ କରିଥିଲେ। ଏହା ଦିବା ୯.୩୦ ରେ ଆରମ୍ଭ ହୋଇ ଅପରାହ୍ନ ୨.୦୦ ଟା ରେ ଶେଷ ହୋଇଥିଲା। ଯାଜପୁର ରୋଡ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ରକ୍ତଭଣ୍ଡାର ଦାୟିତ୍ୱ ରେ ଥିବା ସାଗରିକା ସାମଲ ଓ ତାଙ୍କ ଟିମ୍ ଦ୍ବାରା ଛାତ୍ର ଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକା ଙ୍କ ଠାରୁ ରକ୍ତ ସଂଗ୍ରହ କରାଯାଇଥିଲା । ସମୁଦାୟ ୪୭ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ଅତି ଅଳ୍ପ ସମୟ ମଧ୍ୟରେ ଏହି ରକ୍ତଦାନ ଶିବିର ଆୟୋଜନ ହୋଇଥିଲେ ମଧ୍ୟ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ରକ୍ତଦାନ କରିବା ପାଇଁଁ ଏକ ଅପୂର୍ବ ଉତ୍ସାହ ଦେଖିବାକୁ ମିଳିଥିଲା । ଏନ୍ ସି ସି ଅଫିସର କ୍ଯାପ୍ଟେନ୍ ପୂର୍ଣ ଚନ୍ଦ୍ର ସ୍ଵାଇଁ, ଏନ୍ ଏସ୍ ଏସ୍ ଅଫିସର ବିଷ୍ଣୁ ବରୁଡି, ରଞ୍ଜନ କୁମାର ମଲ୍ଲିକ ଓ ତନ୍ମୟ କୁମାର ପୃଷ୍ଟି ପ୍ରଭୃତି ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି ରକ୍ତଦାନ ଶିବିର ଶୃଙ୍ଖଳା ର ସହିତ ପରିସମାପ୍ତ ହୋଇଥିଲା । ଏଥିରେ ସମସ୍ତ ଏନ୍ ଏସ୍ ଏସ୍ ଭଲ୍ଯୁଣ୍ଟର, ଏନ୍ ସି ସି କ୍ୟାଡେଟ ଓ ସାଧାରଣ ଛାତ୍ରଛାତ୍ରୀ ପ୍ରତ୍ୟକ୍ଷ ଯୋଗଦାନ କରି କାର୍ଯ୍ୟକ୍ରମ କୁ ସୁଚାରୁରୂପେ ସମ୍ପାଦନ କରିଥିଲେ। ମହାବିଦ୍ୟାଳୟ ର ସମସ୍ତ ପ୍ରାଧ୍ୟାପକ ପ୍ରାଧ୍ଯାପିକା, ଅଧ୍ୟାପକ ଅଧ୍ୟାପିକା ଓ ଅଣ ଶିକ୍ଷକ କର୍ମଚାରୀ ଗଣ ପୂର୍ଣ୍ଣ ପ୍ରାଣରେ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking