26.1 C
Bhubaneswar
Sunday, November 24, 2024
Homeଓଡିଶା“ଅମୃତ ବିନ୍ଦୁ” ରକ୍ତଦାନ ଶିବିର କୋଣାର୍କ କ୍ୟାନ୍ସର ଫାଉଣ୍ଡେସନ୍ ର ଭିନ୍ନ ଏକ ପ୍ରୟାସ

“ଅମୃତ ବିନ୍ଦୁ” ରକ୍ତଦାନ ଶିବିର କୋଣାର୍କ କ୍ୟାନ୍ସର ଫାଉଣ୍ଡେସନ୍ ର ଭିନ୍ନ ଏକ ପ୍ରୟାସ

ଭୁବନେଶ୍ୱର: କୋଣାର୍କ କ୍ୟାନ୍ସର ଫାଉଣ୍ଡେସନ୍ ପକ୍ଷରୁ ଆରମ୍ଭ ହୋଇଥିବା ରକ୍ତଦାନ ଅଭିଯାନ “ଅମୃତ ବିନ୍ଦୁ” ର ରକ୍ତଦାନ ଶିବିର କ୍ୟାପିଟାଲ ହସ୍ପିଟାଲ ରକ୍ତକେନ୍ଦ୍ର ଠାରେ ଆଜି ଅନୁଷ୍ଠିତ ହୋଇଥିଲା । ଏହି ଅନୁଷ୍ଠାନ ରକ୍ତଦାନ ଭଳି କାର୍ଯ୍ୟକ୍ରମ ଆୟୋଜନ କରିବା ସହ କ୍ୟାନ୍ସର ପୀଡ଼ିତଙ୍କୁ ଚିକିତ୍ସା କ୍ଷେତ୍ରରେ ସହଯୋଗ କରି ଆସୁଛି | କ୍ୟାପିଟାଲ ହସ୍ପିଟାଲ ରକ୍ତକେନ୍ଦ୍ର ଠାରେ ଆୟୋଜିତ ଏହି ଶିବିର କୁ ରକ୍ତକେନ୍ଦ୍ରର ଅଧିକାରୀ ଡ଼. ଦେବାଶିଷ ମିଶ୍ର ଉଦ୍ଘାଟନ କରିଥିଲେ । ଶିବିର ରୁ ମୋଟ ୨୫ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା |
ସୂଚନାଯୋଗ୍ୟ, ବର୍ତ୍ତମାନ ସମୟରେ ଓଡ଼ିଶାର ରକ୍ତଭଣ୍ଡାରଗୁଡ଼ିକରେ ଦେଖାଯାଉଥିବା ରକ୍ତର ଅଭାବ ପୂରଣ କରିବା ପାଇଁ କୋଣାର୍କ କ୍ୟାନ୍ସର ଫାଉଣ୍ଡେସନ୍ ପକ୍ଷରୁ “ଅମୃତ ବିନ୍ଦୁ” ନାମରେ ନୂଆ ଅଭିଯାନ ଆରମ୍ଭ କରାଯାଇଛି । ରକ୍ତ ବିନା କାହାରି ଜୀବନ ଯେଭଳି ବିପଦରେ ନପଡ଼େ ଏହାକୁ ଦୃଷ୍ଟିରେ ରଖି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଅନୁଷ୍ଠାନର ମ୍ୟାନେଜିଂ ଟ୍ରଷ୍ଟି ତଥା ମୁମ୍ବାଇର ପୂର୍ବତନ ପୁଲିସ କମିସନର ଅରୂପ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହା କାର୍ଯ୍ୟ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking