29.1 C
Bhubaneswar
Sunday, February 8, 2026
Homeଓଡିଶାପିପିଲିରେ ବ୍ଲକ୍‌ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

ପିପିଲିରେ ବ୍ଲକ୍‌ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

ପିପିଲି: ପିପିଲି ବ୍ଳକ୍ ସମ୍ମିଳନୀ କକ୍ଷରେ ବ୍ଲକ୍‌ସ୍ତରୀୟ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ଅଭିଯୋଗ ଶୁଣାଣିରେ ମୋଟ ୨୦ଟି ଅଭିଯୋଗ ପଞ୍ଜୀକରଣ କରାଯାଇଥିଲା।ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବେହେରା ଅଭିଯୋଗ ଶୁଣାଣି କରି ସମାଧାନ ପାଇଁ ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।ଜନ ଅଭିଯୋଗ ଶୁଣାଣି ସମୟରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ ସମସ୍ୟା ସମାଧାନ ହେଉ ନଥିବା ହିତାଧିକାରୀମାନେ ଅଭିଯୋଗ କରିଛନ୍ତି।ଅଭିଯୋଗ ଶୁଣାଣିରେ ବିଧବା,ବାର୍ଦ୍ଧକ୍ୟ ଭତ୍ତା, ବସୁନ୍ଧରା ଯୋଜନା ରେ ଭୂମିହୀନ ଙ୍କୁ ଜାଗା ଯୋଗାଇ ଦେବା ସହିତ ଅନ୍ୟାନ୍ୟ ଅଭିଯୋଗ ଆସିଥିଲା।ବିଶେଷ କରି ପିପିଲି ଅଞ୍ଚଳ ରେ ବେଆଇନ ବାଲି ଓ ମୋରମ ଚୋରା ଚାଲାଣ କୁ ନେଇ ବ୍ଳକ୍ ଅଧ୍ୟକ୍ଷା ଦେବସ୍ୱନି ନନ୍ଦ ଓ ଜିଲ୍ଲାପରିଷଦ ସଭ୍ୟ ଧରଣୀଧର ସାହୁ ଅଭିଯୋଗ କରିଥିଲେ। ଏହି ଶିବିରରେ ଅନେକ ବିଭାଗର ଅଧିକାରୀ ମାନେ ଅନୁପସ୍ଥିତ ଥିବାରୁ ଅସନ୍ତୋଷ ବ୍ୟକ୍ତ କରିବା ସହିତ ସେମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯିବ ବୋଲି ସୂଚନା ଦିଆଯାଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking