35.1 C
Bhubaneswar
Thursday, March 5, 2026
Homeଓଡିଶାବାଲିପଡିଆରେ ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ

ବାଲିପଡିଆରେ ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ

ପିପିଲି: ପିପିଲି ନିକଟସ୍ଥ ଦାଣ୍ଡମୁକୁନ୍ଦପୁର ବାଲିପଡିଆ ଠାରେ ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ ହୋଇଯାଇଛି।ସ୍ଥାନୀୟ ବିଧାୟକ ଆଶ୍ରିତ ପଟ୍ଟନାୟକ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ମତ୍ସ୍ୟ ଓ ପଶୁ ପାଳନ କରୁଥିବା ଚାଷୀ ମାନଙ୍କୁ ଉତ୍ସାହିତ କରିଥିଲେ।ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ଆଲୋକ କୁମାର ମିଶ୍ରଙ୍କ ସଭାପତିତ୍ବରେ ହୋଇଥିବା ବେଳେ ଏଥିରେ ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ଶରତ କୁମାର ବେହେରା, ଏଏଫ୍ଓ ସଂଘମିତ୍ରା ପାଣିଗ୍ରାହୀ, ବିଡିଓ ସରୋଜ କୁମାର ରାଉତ, ବ୍ଳକ ଆତ୍ମା କମିଟି ଅଧ୍ୟକ୍ଷ ସୁବୋଧ କୁମାର ମହାନ୍ତି, ବ୍ଳକ ଅଧ୍ଯକ୍ଷା ଦେବସ୍ବନୀ ନନ୍ଦ, ଉପାଧ୍ଯକ୍ଷ ପ୍ରଫୁଲ୍ଲ ସ୍ବାଇଁ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ।ଏହି ଅବସରରେ ୮ଜଣ ସଫଳ ପ୍ରାଣୀପାଳକ ଓ ମତ୍ସ୍ୟଜୀବୀଙ୍କୁ ସମ୍ବଦ୍ଧିତ କରାଯିବା ସହ ୩୦ଜଣ ମତ୍ସ୍ୟଚାଷ ଓ ପ୍ରାଣୀପାଳନ ଚାଷୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା।ଏହି ମେଳାରେ ସାମିଲ ହୋଇ ନିଜେ ସଚେତନ ହେବା ସହ ମାଛ ଓ ପଶୁପାଳନ କ୍ଷେତ୍ରରେ ସଫଳ ହୋଇ ଆର୍ଥିକ ଭାବେ ସମୃଦ୍ଧ ହେବା ପାଇଁ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଶରତ ବେହେରା କହିଛନ୍ତି!କାର୍ଯ୍ୟକ୍ରମରେ ପିପିଲି ବ୍ଳକର ୪ଶହ ରୁ ଊର୍ଦ୍ଧ୍ବ ପ୍ରାଣୀପାଳକ ଓ ମତ୍ସ୍ୟଜୀବୀ ଯୋଗ ଦେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking