14.1 C
Bhubaneswar
Tuesday, January 13, 2026
Homeଦେଶ ବିଦେଶଆଖିବୁଜା ଗୁଳିମାଡ, ୧୦୦ ମୃତ

ଆଖିବୁଜା ଗୁଳିମାଡ, ୧୦୦ ମୃତ

ନାଇଜେରିଆ : ନାଇଜେରିଆରେ ଗଣହତ୍ୟା। ଅତିକମ୍‌ରେ ୧୦୦ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ବନ୍ଧୁକଧାରୀ ମାନେ ଅଚାନକ ଭାବେ ଆସି ସାଧାରଣ ଲୋକଙ୍କ ଉପରେ ଗୁଳିମାଡ କରିଥିଲେ। ଏପରିକି ଗୁଳିମାଡ କରିବା ସହ ବନ୍ଦ କୋଠରୀରେ ଲୋକମାନଙ୍କୁ ଜୀଅନ୍ତା ଜାଳି ଦେଇଛନ୍ତି। ମୃତକଙ୍କ ମଧ୍ୟରେ ଅଧିକାଂଶ ଚାଷୀ ହୋଇଥିବା ସୂଚନା ମିଳିଛି। ନାଇଜେରିଆର ବେନ୍ୟୁ ରାଜ୍ୟରେ ଏଭଳି ଅଘଟଣ ଘଟିଛି।  ଅନେକ ଲୋକ ଏବେ ବି ନିଖୋଜ ଅଛନ୍ତି। ଡଜନ ଡଜନ ଆହତ ହୋଇଛନ୍ତି। ଅନେକ ପରିବାରକୁ ସେମାନଙ୍କ କୋଠରୀରେ ବନ୍ଦ କରି ଜୀବନ୍ତ ଜାଳି ଦିଆଯାଇଛି। ନାଇଜେରିଆର ମଧ୍ୟଭାଗରେ ଅବସ୍ଥିତ ବେନୁ ରାଜ୍ୟର ଉତ୍ତର ଅଞ୍ଚଳ ଦକ୍ଷିଣ ଅଞ୍ଚଳରେ ମୁସଲିମ ବହୁଳ ଏବଂ ଖ୍ରୀଷ୍ଟିଆନ ବହୁଳ ଅଞ୍ଚଳରେ ବିଭକ୍ତ। ଜମି ବ୍ୟବହାରକୁ ନେଇ ଏହି ଅଞ୍ଚଳରେ ପଶୁପାଳକ ଏବଂ କୃଷକଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ସଂଘର୍ଷ ଚାଲିଛି। ଏବେ ଏହାର କରୁଣ ପରିଣତି ଗୋଟିଏ ପରେ ଗୋଟିଏ ସାମ୍ନାକୁ ଆସୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking