30.1 C
Bhubaneswar
Tuesday, October 1, 2024
Homeଦେଶ ବିଦେଶଶାରୀରିକ ସମ୍ପର୍କ ପରେ ହେଲା ରକ୍ତସ୍ରାବ, ଶେଷରେ କ’ଣ ହେଲା ଜାଣନ୍ତୁ..

ଶାରୀରିକ ସମ୍ପର୍କ ପରେ ହେଲା ରକ୍ତସ୍ରାବ, ଶେଷରେ କ’ଣ ହେଲା ଜାଣନ୍ତୁ..

ଅହମଦାବାଦ: ଶାରୀରିକ ସମ୍ପର୍କ ପରେ ହେଲା ରକ୍ତସ୍ରାବ । ଯୁବତୀଙ୍କୁ ଡାକ୍ତରଖାନା ନନେଇ ଗୁଗଲରେ ଚିକିତ୍ସା କେମିତି କରାଯିବ ତାହା ଖୋଜିଲା ଯୁବକ । ଏମଧ୍ୟରେ ଅଧିକ ରକ୍ତସ୍ରାବ ହେବାରୁ ଚାଲିଗଲା ଯୁବତୀଙ୍କ ଜୀବନ । ଗୁଜରାଟର ଅହମଦାବାଦରେ ଘଟିଛି ଏଭଳି ଘଟଣା । ନବସରୀ ଜିଲ୍ଲାରେ ସେପ୍ଟେମ୍ବର ୨୩ରେ ଏହି ଘଟଣା ଘଟିଥିବା ଜଣାଯାଇଛି । ଯୁବତୀଙ୍କ ବୟସ ୨୩ ହୋଇଥିବା ବେଳେ ଯୁବକଙ୍କ ବୟସ ୨୬ଥିଲା ବୋଲି ଜଣାଯାଇଛି । ବ୍ୟକ୍ତିଗତ ଅଙ୍ଗରେ ଆଘାତ ଲାଗିବା ପରେ ହୋଇଥିବା ରକ୍ତସ୍ରାବ ପାଇଁ ଯୁବତୀଙ୍କ ମୃତ୍ୟୁ ହୋଇଥିବା ବ୍ୟବଚ୍ଛେଦ ରିପୋର୍ଟରୁ ଜଣାଯାଇଛି । ପୁଲିସର କହିବା ମୁତାବକ, ସେପ୍ଟେମ୍ବର ୨୩ରେ ଉଭୟ ଯୁବକ-ଯୁବତୀ ଏକ ହୋଟେଲ ରୁମ ବୁକ୍ କରିଥିଲେ । ଦୁହେଁ ଶାରୀରିକ ସମ୍ପର୍କ ରଖିବା ପରେ ଯୁବତୀଙ୍କ ବ୍ୟକ୍ତିଗତ ଅଙ୍ଗରୁ ରକ୍ତସ୍ରାବ ହେବା ଆରମ୍ଭ ହୋଇଥିଲା ।

ଆମ୍ବୁଲାନ୍ସ ଡାକିବା ପରିବର୍ତ୍ତେ ଯୁବକଜଣକ ଗୁଗଲରେ ରକ୍ତସ୍ରାବ ରୋକିବା ପାଇଁ ଚେଷ୍ଟା କରିଥିଲେ । ଏମିତି କି ସେ ଏକ ଟାୱେଲର ବ୍ୟବହାର ମଧ୍ୟ କରିଥିଲେ । ହେଲେ ରକ୍ତସ୍ରାବ ବନ୍ଦ ହୋଇନଥିଲା । କିଛି ସମୟ ପରେ ଯୁବତୀ ଅଚେତ୍ ହୋଇପଡ଼ିବାରୁ ଯୁବକ ନିଜ ବନ୍ଧୁଙ୍କୁ ଡାକି ଯୁବତୀଙ୍କୁ ଘରୋଇ ଡାକ୍ତରଖାନାକୁ ନେଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ସିଭିଲ୍ ହସ୍ପିଟାଲକୁ ନେବା ପାଇଁ କହିଥିଲେ । ଏମଧ୍ୟରେ ବିଳମ୍ବ ହୋଇଯାଇଥିବାରୁ ସିଭିଲ୍ ହସ୍ପିଟାଲ ଯିବା ବାଟରେ ଯୁବତୀଙ୍କ ମୃତ୍ୟୁ ହୋଇଥିଲା । ଯୁବକଜଣକ ପ୍ରେମିକାର ପରିବାରକୁ ଫୋନ କରି ଘଟଣା ବିଷୟରେ ଜଣାଇଥିଲା । ହେଲେ ସେମାନେ ପହଞ୍ଚିବା ପୂର୍ବରୁ ଯୁବତୀଙ୍କ ମୃତ୍ୟୁ ହୋଇସାରିଥିଲା । ଏନେଇ ଖବର ଦିଆଯିବାରୁ ଏବେ ଘଟଣାର ତଦନ୍ତ ଆରମ୍ଭ କରି ଯୁବକଙ୍କୁ ଗିରଫ କରିଛି ପୁଲିସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking