21.1 C
Bhubaneswar
Wednesday, February 4, 2026
Homeଦେଶ ବିଦେଶବେଲୁଚିସ୍ତାନରେ ବିସ୍ଫୋରଣ; ୫ ସ୍କୁଲ ପିଲାଙ୍କ ସମେତ ୮ ମୃତ

ବେଲୁଚିସ୍ତାନରେ ବିସ୍ଫୋରଣ; ୫ ସ୍କୁଲ ପିଲାଙ୍କ ସମେତ ୮ ମୃତ

ଇସ୍‌ଲାମାବାଦ: ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ଘଟିଥିବା ଏକ ବିସ୍ଫୋରଣ ଘଟଣାରେ ୫ ସ୍କୁଲପିଲା ଏବଂ ଜଣେ ପୁଲିସ୍ କର୍ମୀଙ୍କ ସମେତ ୮ଜଣ ମୃତ୍ୟୁବରଣ କରିଛନ୍ତି। ରିପୋର୍ଟ ଅନୁସାରେ ମସ୍ତୁଙ୍ଗ ଜିଲ୍ଲାର ସିଭିଲ୍ ହସ୍ପିଟାଲ ଚୌକ୍‌ଠାରେ ଥିବା ଏକ ବାଳିକା ଉଚ୍ଚ ବିଦ୍ୟାଳୟ ନିକଟରେ ସକାଳ ୮ଟା ୩୫ ମିନିଟ୍ ସମୟରେ ଏହି ବିସ୍ଫୋରଣ ଘଟିଥିଲା। ସେଠାରେ ରଖାଯାଇଥିବା ଏକ ବାଇକ୍‌ରେ ବିସ୍ଫୋରଣ ସାମଗ୍ରୀକୁ ଲୁଚାଇ ରଖାଯାଇଥିଲା।

ଏହି ବାଟଦେଇ ଯାଉଥିବା ଏକ ପୁଲିସ୍ ଭ୍ୟାନ୍‌କୁ ଟାର୍ଗେଟ୍ ପୂର୍ବକ ରିମୋଟ୍ କଣ୍ଟ୍ରୋଲ୍‌ଡ ବୋମା ବିସ୍ଫୋରଣ କରାଯାଇଥିଲା। କିନ୍ତୁ ପୁଲିସ୍ ଭ୍ୟାନ୍‌ଟି ଖସିଯାଇଥିବା ବେଳେ ଏଠାରେ ଥିବା ଏକ ସ୍କୁଲ ଭ୍ୟାନ୍ ଏବଂ କେତେକ ଅଟୋ ରିକ୍ସା କ୍ଷତିଗ୍ରସ୍ତ ହୋଇଥିଲା। ଫଳରେ ୫ ସ୍କୁଲ ପିଲାଙ୍କ ସମେତ ଅନ୍ୟ ୩ଜଣ ମୃତ୍ୟୁବରଣ କରିଥିଲେ ଯେଉଁଥିରେ ଜଣେ ପୁଲିସ୍ କର୍ମଚାରୀ ମଧ୍ୟ ସାମିଲ ଅଛନ୍ତି। ସେହିପରି ଏହି ଘଟଣାରେ ଅନ୍ୟ ୧୭ ଜଣ ଆହତ ହୋଇଛନ୍ତି। ତେବେ ଏହି ବିସ୍ଫୋରଣ ପଛରେ ଆତଙ୍କବାଦୀ ସଂଗଠନଙ୍କ ସମ୍ପୃକ୍ତି ରହିଥିବା ଅନୁମାନ କରାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking