ଭୁବନେଶ୍ବର: ଦିଲ୍ଲୀ ବିସ୍ଫୋରଣ ପରେ ହାଇଆଲର୍ଟରେ ଓଡିଶା । ଭୁବନେଶ୍ବର, କଟକ, ପୁରୀ, କୋଣାର୍କ, ନୂଆପଡା, ବ୍ରହ୍ମପୁର, ସମ୍ବଲପୁର, ଜଗତସିଂହପୁର ସମେତ ବିଭିନ୍ନ ଜିଲ୍ଲାରେ ପୁଲିସ ହାଇଆର୍ଲଟରେ ରହିଛି । ରେଳ ଷ୍ଟେସନ, ବସଷ୍ଟାଣ୍ଡ, ବଡ଼ ବଡ଼ ହୋଟେଲ, ପର୍ଯ୍ୟଟନ ସ୍ଥଳୀ ଏବଂ ସର୍ବସାଧାରଣ ସ୍ଥାନରେ ହାଇ ଆର୍ଲଟ ଜାରି ହୋଇଛି । ରେଳ ଷ୍ଟେସନରେ ଯାତ୍ରୀଙ୍କୁ ଯାଂଚ କରି ଛଡାଯାଉଛି । ଏ ନେଇ ସୂଚନା ଦେଇଛନ୍ତି ଡିଜିପି ୱାବି ଖୁରାନିଆ । ପୁରୀରେ ବି ହାଇଆଲର୍ଟ ଜାରି ହୋଇଛି । ବେଳାଭୂମି, ସମୁଦ୍ରକୂଳ ଓ ବଡ଼ଦାଣ୍ଡରେ ହାଇଆଲର୍ଟ ଜାରି କରାଯାଇଛି । ଶ୍ରୀମନ୍ଦିର ଚତୁଃପାର୍ଶ୍ବ, ରେଲୱେ ଷ୍ଟେସନ, ବସ୍ଷ୍ଟାଣ୍ଡରେ ସୁରକ୍ଷାକୁ ବଢାଯାଇଛି । ଦିଲ୍ଲୀ ବୋମା ବିସ୍ପୋରଣ ପରେ କଟକରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ରେଲୱେ ଷ୍ଟେସନ ନିକଟରେ ସୁରକ୍ଷା କଡାକଡି । ରେଲ ସୁରକ୍ଷା କର୍ମୀଙ୍କ ଦ୍ବାରା ଜୋରଦାର ଚେକିଂ କରିବା ସହ ଫ୍ଲାଗ ମାର୍ଚ୍ଚ କରାଯାଇଛି ।










