17.1 C
Bhubaneswar
Wednesday, February 11, 2026
Homeଦେଶ ବିଦେଶଅଭ୍ୟାସ ବେଳେ ବିସ୍ଫୋରଣ, ୨ ଅଗ୍ନିବୀର ମୃତ

ଅଭ୍ୟାସ ବେଳେ ବିସ୍ଫୋରଣ, ୨ ଅଗ୍ନିବୀର ମୃତ

ନାଶିକ: ମହାରାଷ୍ଟ୍ରର ନାଶିକ୍ ଅଞ୍ଚଳରେ ଥିବା ଆର୍ଟିଲେରୀ ସେଣ୍ଟରରେ ଅଗ୍ନିବୀରଙ୍କ ଅଭ୍ୟାସ ଚାଲିଥିବା ବେଳେ ଏକ ବଡ଼ ଧରଣର ଅଘଟଣ ଘଟିଛି। ଅଭ୍ୟାସ ସମୟରେ ୨ ଅଗ୍ନିବୀରଙ୍କ ଦୁଃଖଦ ମୃତ୍ୟୁ ହୋଇଛି। ଅଗ୍ନିବୀରମାନେ ଗୁଳି ଚଳାଇବାର ଅଭ୍ୟାସ କରୁଥିବା ବେଳେ ଏହି ଅଘଟଣ ଘଟିଥିବା ସେନା ପକ୍ଷରୁ କୁହାଯାଇଛି।

ରିପୋର୍ଟ ଅନୁସାରେ ଅଗ୍ନିବୀରମାନେ ଇଣ୍ଡିଆନ ଫିଲ୍ଡ ବନ୍ଧୁକରୁ ଅଭ୍ୟାସ କରୁଥିଲେ। କିନ୍ତୁ ଦୁର୍ଭାଗ୍ୟବଶତଃ ଏହି ସମୟରେ ବନ୍ଧୁକର ଏକ ସେଲ୍ ବିସ୍ଫୋରଣ ଘଟିଥିଲା। ଏଥିରେ ଗୋହିଲ ବିଶ୍ୱରାଜ ସିଂହ (୨୦) ଏବଂ ସୈଫତ ଶିତ୍ (୨୧) ନାମକ ଦୁଇ ଅଗ୍ନିବୀର ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ସେଠାରେ ମୃତ ଘୋଷଣା କରାଯାଇଛି। ହବିଲଦାର ଅଜିତ କୁମାରଙ୍କ ଅଭିଯୋଗକୁ ଭିତ୍ତି କରି ଦେଓଲାଲୀ କ୍ୟାମ୍ପ ପୁଲିସ ଏକ ଆକସ୍ମିକ ମୃତ୍ୟୁ ମାମଲା ରୁଜୁ କରିବା ସହ ଅଧିକ ତଦନ୍ତ ଆରମ୍ଭ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking