27.1 C
Bhubaneswar
Monday, March 30, 2026
Homeଦେଶ ବିଦେଶବଡ଼ୋଦରା ଇଣ୍ଡିଆନ ଅଏଲ୍ ବିଶୋଧନାଗାରରେ ବିସ୍ଫୋରଣ

ବଡ଼ୋଦରା ଇଣ୍ଡିଆନ ଅଏଲ୍ ବିଶୋଧନାଗାରରେ ବିସ୍ଫୋରଣ

ବଡ଼ୋଦରା: ଗୁଜରାଟର ବଡ଼ୋଦରାସ୍ଥିତ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ (ଆଇଓସିଏଲ୍‌) ବିଶୋଧନାଗାରରେ ବିସ୍ଫୋରଣ ହୋଇଛି। ତେବେ ବିସ୍ଫୋରଣ ପରେ ଭୟଙ୍କର ଅଗ୍ନିକାଣ୍ଡ ପରିସ୍ଥିତିକୁ ଅଧିକ ଖରାପ କରିଦେଇଛି। ନିଆଁର ପ୍ରଖରତା ଏତେ ମାତ୍ରାରେ ରହିଥିଲା ଯେ ବହୁ ଦୂର ପର୍ଯ୍ୟନ୍ତ ରିଫାଇନାରୀରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳୁଛି। ଖବରପାଇ ବଡ଼ୋଦରା ପୋଲିସ ଏବଂ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିଲେ। ବିଶୋଧନାଗାର କର୍ମଚାରୀଙ୍କୁ ସ୍ଥାନାନ୍ତର କରାଯାଇଛି। କେତେ ରିପୋର୍ଟ ଲେଖାହେବା ସୁଦ୍ଧା କର୍ମଚାରୀଙ୍କ ମୃତାହତ ସମ୍ପର୍କରେ ସୂଚନା ମିଳିପାରିନାହିଁ। ପ୍ରାଥମିକ ସୂଚନା ଅନୁଯାୟୀ, ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ (ଆଇଓସିଏଲ୍‌) ବିଶୋଧନାଗାରରେ ଥିବା ୧୦୦୦ କିଲୋଲିଟର ବେଞ୍ଜିନ୍ ଟାଙ୍କିରେ ଅଗ୍ନିକାଣ୍ଡ ଘଟିଛି। ତେବେ କିପରି ଅଗ୍ନିକାଣ୍ଡ ଘଟିଲା ସେ ନେଇ କମ୍ପାନି କୌଣସି ସୂଚନା ଦେଇନାହିଁ। ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଅଗ୍ନିକାଣ୍ଡ ଖବର ପାଇ ବଡ଼ୋଦରା ଜିଲ୍ଲାପାଳ, ଏସପି ଏବଂ ଅନ୍ୟ ପୁଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking