25.1 C
Bhubaneswar
Saturday, December 6, 2025
Homeଦେଶ ବିଦେଶନୌଗାମ ଥାନାରେ ବିସ୍ଫୋରଣ; ବିସ୍ଫୋରଣ ‘ଦୁର୍ଘଟଣାଜନିତ’: କାଶ୍ମୀର ଡିଜିପି

ନୌଗାମ ଥାନାରେ ବିସ୍ଫୋରଣ; ବିସ୍ଫୋରଣ ‘ଦୁର୍ଘଟଣାଜନିତ’: କାଶ୍ମୀର ଡିଜିପି

ନୂଆଦିଲ୍ଲୀ: ନୌଗାମ ଥାନାରେ ବିସ୍ଫୋରଣ । ଏନେଇ ଜମ୍ମୁକଶ୍ମୀର ଡିଜିପି ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି,  ବିସ୍ଫୋରଣ ଦୁର୍ଘଟଣାଜନିତ ଥିବା ନେଇ ଗଣ ମାଧ୍ୟମକୁ ଦେଲେ ସୂଚନା ଦେଇଛନ୍ତି । ଏହି ଘଟଣାକ କାରଣ ସମ୍ପର୍କରେ ଅନ୍ୟ କୌଣସି ଅନୁମାନ ଅନାବଶ୍ୟକ । ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି ହୋଇଛି ,୩୨ ଆହତ ହୋଇଛନ୍ତି । ପୋଲିସ  ଓ ଫରେନସିକ ଟିମ ଯାଞ୍ଚ କଲା ବେଳେ ବିସ୍ଫରୋଣ ଘଟିଥିଲା । ରାତି ପ୍ରାୟ ୧୧ଟା ୨୦ ବେଳେ ଭୟଙ୍କର ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣରେ ଜଣେ ଏସଆଇଏ କର୍ମୀ, ୩ ଏଫଏସଏଲ କର୍ମୀ, ୨ କ୍ରାଇମସିନ ଫୋଟୋଗ୍ରାଫରଙ୍କ ମୃତ୍ୟୁ ହଇଛି । ୨ ରାଜସ୍ୱ ଅଧିକାରୀ  ଓ ଜଣେ ଟେଲରଙ୍କ ମଧ୍ୟ ମୃତ୍ୟୁ ହୋଇଛି । ବିସ୍ଫୋରଣ କେମିତି ଓ କେଉଁ ପରିସ୍ଥିତିରେ ଘଟିଲା ତଦନ୍ତ ଚାଲିଛି । ଜାମ୍ମୁକାଶ୍ମୀର ନୌଗାମ ଥାନାରେ ବଡ ବିସ୍ଫୋରଣ । ବିସ୍ଫୋରଣରେ ଥାନା ଉଡି ୯ ଜଣ ଜୀବନ ଯାଇଛି । ୩୦ରୁ ଅଧିକ ଗୁରୁତର ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।   ଶୁକ୍ରବାର ବିଳମ୍ବିତ ରାତିରେ  ଏଭଳି ଅଘଟଣା ଘଟିଥିବା ଜଣାପଡିଛି । ବିସ୍ଫୋରଣ  ସମଗ୍ର  ଅଞ୍ଚଳକୁ ଥରାଇ ଦେଇଥିଲା ।  ଯାହା କିଲୋମିଟର ଦୂର ଯାଏଁ ପ୍ରତିଧ୍ୱନିତ କରିଥିଲା ।  ବିସ୍ଫୋରଣ ସସମୟର ଦୃଶ୍ୟ  ସିସିଟିଭିରେ କଏଦ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking