25.1 C
Bhubaneswar
Wednesday, December 10, 2025
Homeଓଡିଶାଗରିବ ଓ ଅସହାୟ ଲୋକଙ୍କୁ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ

ଗରିବ ଓ ଅସହାୟ ଲୋକଙ୍କୁ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ

ଯାଜପୁର: ସାରା ରାଜ୍ୟରେ ବଢି ଚାଲିଛି ଶିତର ଲହରୀ । ଗରିବ ଓ ଅସହାୟ ଲୋକଙ୍କୁ ଶୀତ ଦାଉରୁ ରକ୍ଷା କରିବା ଲକ୍ଷ୍ୟ ରେ ଯାଜପୁରର ଉତ୍କଳ ଇନଷ୍ଟିଚୁଟ ଅଫ ହୋଟେଲ ମ୍ୟାନେଜମେଣ୍ଟ ଓ ଟୁରିଜିମ ପକ୍ଷରୁ ଆରମ୍ଭ ହୋଇଛି ଅଭିନବ ଉଦ୍ୟମ । ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପୀଠରୁ ଆରମ୍ଭ ହୋଇଛି କମ୍ବଳ ବଣ୍ଟନ ଅଭିଯାନ । ଇନଷ୍ଟିଚୁଟର ନିର୍ଦେଶକ ଶେଖ କମାଲୁଦ୍ଦିନଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଅଧକ୍ଷ୍ୟା ତସଲିମ ରୁବି, ସ୍ମୃତି ରଞ୍ଜନ ପରିଡା, ରାନୀ ନାୟକ, ସୌମ୍ୟ ରଞ୍ଜନ ଦାଶଙ୍କ ସମେତ ଛାତ୍ରଛାତ୍ରୀ ମାନେ ମନ୍ଦିର ନିକଟରେ ଥିବା ଗରିବ ଓ ଅସହାୟ ଲୋକଙ୍କୁ କମ୍ବଳ ବଣ୍ଟନ କରିଥିଲେ। ଉତ୍କଳ ଇନଷ୍ଟିଚୁଟ ର ଏଭଳି ଉଦ୍ୟମ କୁ ସାଧାରଣରେ ବେଶ ପ୍ରଶଂସା କରାଯାଇଛି । ଏହି ବଣ୍ଟନ କାର୍ଯ୍ୟକ୍ରମ ବିରଜା ମନ୍ଦିର ରୁ ଆରମ୍ଭ ହୋଇ ରାମ ମନ୍ଦିର, ବରି ସ୍ଥିତ ସାଇ ମନ୍ଦିର, ବିଞ୍ଝାରପୁର ସ୍ଥିତ ବରୁଣେଶ୍ବର ମନ୍ଦିର ନିକଟରେ ଥିବା ଗରିବ ଓ ଅସହାୟ ଲୋକଙ୍କ ନିକଟରେ ପହଞ୍ଚିବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଅବସର ରେ ସାମ୍ବାଦିକ ମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲl l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking