19.1 C
Bhubaneswar
Friday, February 13, 2026
Homeଦେଶ ବିଦେଶଭାରତକୁ କାଳ ରୁଷୀୟ ତୈଳ: ଟ୍ରମ୍ପ କରୁଛନ୍ତି ବଡ଼ ଷଡଯନ୍ତ୍ର

ଭାରତକୁ କାଳ ରୁଷୀୟ ତୈଳ: ଟ୍ରମ୍ପ କରୁଛନ୍ତି ବଡ଼ ଷଡଯନ୍ତ୍ର

ଆମେରିକା : ଆମେରିକା ସିନେଟ୍‌ରେ ଏକ ନୂଆ ବିଲ୍‌ ଅଣାଯାଇଛି, ଯାହା ବିଶ୍ୱବ୍ୟାପୀ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି। ସାଙ୍କ୍‌ଶନିଂ ରୁଷିଆ ଆକ୍ଟ, ୨୦୨୫ ନାମକ ଏହି ବିଧେୟକ ଭାରତ ଏବଂ ଚାଇନା ଭଳି ଦେଶର ଆମେରିକା ସହ ବାଣିଜ୍ୟକୁ ବଦଳାଇଦେଇପାରେ। ସିନେଟର ଲିଣ୍ଡ୍‌ସେ ଗ୍ରାହାମ୍‌ ଆଣିଥିବା ଏହି ବିଲ୍‌କୁ ‘ଅର୍ଥନୀତିର ବଙ୍କର ବଷ୍ଟର’ ବୋଲି କହିଛନ୍ତି। ଏହା ରୁଷିଆ ସମେତ ଏହାଠାରୁ ଇନ୍ଧନ କିଣି ଏହାର ଅର୍ଥନୀତିକୁ ସହାୟତା କରୁଥିବା ଦେଶଗୁଡ଼ିକ ଉପରେ ଶକ୍ତ ପ୍ରହାର ହେବ।

ୟୁକ୍ରେନ୍‌ ବିରୋଧରେ ଯୁଦ୍ଧ ଚଳାଇଥିବା ରୁଷିଆକୁ ଦଣ୍ଡିତ କରିବା ବିଲ୍‌ର ମୁଖ୍ୟ ଚିନ୍ତାଧାରା। କିନ୍ତୁ ଏହା ସେତିକିରେ ଅଟକି ନାହିଁ। ରୁଷିଆରୁ ତୈଳ ଓ ୟୁରାନିୟମ୍‌ କିଣୁଥିବା ଦେଶଗୁଡ଼ିକୁ ମଧ୍ୟ ଏଥିରେ ଟାର୍ଗେଟ କରାଯାଇଛି। ବିଲ୍‌ ଗୃହୀତ ହେଲେ ଆମେରିକା ରାଷ୍ଟ୍ରପତି ଏଭଳି ଦେଶଗୁଡ଼ିକରୁ ଆସୁଥିବା ସାମଗ୍ରୀ ଓ ସେବା ଉପରେ ୫୦୦ ପ୍ରତିଶତ ଟାରିଫ୍‌ ଲଗାଇବାକୁ କ୍ଷମତା ପାଇବେ। ବିଲ୍‌ ଅନୁଯାୟୀ, ଯେଉଁ ଦେଶଗୁଡ଼ିକ ଜାଣିଶୁଣି ରୁଷିଆ ସହ ୟୁରାନିୟମ ଓ ପେଟ୍ରୋଲିୟମ୍‌ ସାମଗ୍ରୀ କାରବାରରେ ସମ୍ପୃକ୍ତ ରହିଛନ୍ତି, ସେହି ଦେଶଗୁଡ଼ିକରୁ ଆମେରିକା ଆମଦାନୀ କରୁଥିବା ସମସ୍ତ ସାମଗ୍ରୀ ଓ ସେବା ଉପରେ ଶୁଳ୍କ ପରିମାଣକୁ ଏହାର ରାଷ୍ଟ୍ରପତି ୫୦୦ ପ୍ରତିଶତକୁ ବଢ଼ାଇବେ, ଯାହାକି ସ୍ବାଭାବିକଠାରୁ ୫ ଗୁଣ ଅଧିକ। ଏହା ବ୍ୟତୀତ ରୁଷିଆର ନେତା, ବ୍ୟାଙ୍କ ଏବଂ ସାମରିକ ଠିକାଦାରମାନଙ୍କ ଉପରେ କଟକଣା ଲାଗୁ କରାଯିବାକୁ ବିଲ୍‌ରେ ବ୍ୟବସ୍ଥା ରହିଛି। ରୁଷିଆ ଯଦି ଯୁଦ୍ଧ ବଢ଼ାଇଚାଲେ ଏବଂ ଶାନ୍ତି ଉଦ୍ୟମରେ ପ୍ରତିବନ୍ଧକ ସୃଷ୍ଟି କରେ ତେବେ କଠୋର ଭାବେ ଦଣ୍ଡିତ କରାଯିବ। ସିନେଟର ଗ୍ରାହାମ କହିଛନ୍ତି, ରୁଷିଆ ସାଙ୍କ୍‌ଶନ ବିଲ୍‌ ପାଇଁ ଆମେ ୮୪ ଜଣ ସହପ୍ରାୟୋଜକ ପାଇଛୁ। ତେଣୁ ବିଲ୍‌ ଗୃହୀତ ହୋଇଯିବ ବୋଲି ସେ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking