18.1 C
Bhubaneswar
Monday, February 2, 2026
Homeଦେଶ ବିଦେଶବାରାମତିରେ ଦୁର୍ଘଟଣାଗ୍ରସ୍ତ ବିମାନର ବ୍ଲାକ-ବକ୍ସ ଉଦ୍ଧାର

ବାରାମତିରେ ଦୁର୍ଘଟଣାଗ୍ରସ୍ତ ବିମାନର ବ୍ଲାକ-ବକ୍ସ ଉଦ୍ଧାର

ନୂଆଦିଲ୍ଲୀ:  ଜାନୁଆରୀ ୨୮ ତାରିଖରେ ହୋଇଥିବା ବାରାମତିରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବିମାନର ଘଟଣାସ୍ଥଳରୁ ବ୍ଲାକ ବକ୍ସ ଉଦ୍ଧାର କରାଯାଇଛି । ଏନେଇ ବେସାମରିକ ଚଳାଚଳ ମନ୍ତ୍ରାଳୟ ଗୁରୁବାର ଦିନ କହିଛି । ବାରାମତି ଦୁର୍ଘଟଣାସ୍ଥଳରୁ କକିଟ ଭଏସ ରେକର୍ଡର ଏବଂ ଫ୍ଲାଇଟ ଡାଟା ରେକର୍ଡର ମଧ୍ୟ ଉଦ୍ଧାର କରାଯାଇଛି । ପୁଣେରୁ ପ୍ରାୟ ୧୦୦ କିଲୋମିଟର ଦୂରରେ ଥିବା ବାରାମତୀ ଏୟାରଷ୍ଟ୍ରିପ୍ ନିକଟରେ ଚାର୍ଟର୍ଡ ଲିଅରଜେଟ୍ ଦୁର୍ଘଟଣାଗ୍ରସ୍ତ ହେବା ପରେ ପାୱାରଙ୍କ ମୃତ୍ୟୁ ହୋଇଥିଲା। ଦୁର୍ଘଟଣାରେ ଦୁଇ ପାଇଲଟ୍, ଜଣେ ବିମାନ ପରିଚାରିକା ଏବଂ ଜଣେ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ ମଧ୍ୟ ପ୍ରାଣ ହରାଇଥିଲେ।ଏମଓସିଏ ଅନୁଯାୟୀ, ଦିଲ୍ଲୀର ଏୟାରକ୍ରାଫ୍ଟ ଦୁର୍ଘଟଣା ତଦନ୍ତ ବ୍ୟୁରୋ ର ତିନି ଜଣିଆ ଦଳ ଏବଂ ମୁମ୍ବାଇ ଆଞ୍ଚଳିକ କାର୍ଯ୍ୟାଳୟର ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ର ଅନ୍ୟ ତିନି ଜଣ ଅଧିକାରୀଙ୍କ ସହିତ ଜାନୁଆରୀ 28 ତାରିଖରେ ଦୁର୍ଘଟଣାସ୍ଥଳରେ ପହଞ୍ଚିଥିଲେ। AAIBର ମହାନିର୍ଦ୍ଦେଶକ ମଧ୍ୟ ସେହି ଦିନ ଘଟଣାସ୍ଥଳରେ ପହଞ୍ଚିଥିଲେ।ଏହି ଦୁଃଖଦ ବିମାନ ଦୁର୍ଘଟଣା ପରେ, ସମସ୍ତ ଜରୁରୀକାଳୀନ ପ୍ରତିକ୍ରିୟା ଏବଂ ତଦନ୍ତ ବ୍ୟବସ୍ଥାକୁ ତୁରନ୍ତ ସକ୍ରିୟ କରାଯାଇଥିଲା, କର୍ତ୍ତୃପକ୍ଷ ଏକ ସମ୍ପୂର୍ଣ୍ଣ, ସ୍ୱଚ୍ଛ ଏବଂ ସମୟସୀମା ମଧ୍ୟରେ ତଦନ୍ତ ଉପରେ ଗୁରୁତ୍ୱ ଦେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking