25.1 C
Bhubaneswar
Tuesday, March 24, 2026
Homeଓଡିଶାଅପରେସନ ସିନ୍ଦୂରର ସଫଳତାକୁ ନେଇ ବିଜେପିର ପରାକ୍ରମ ଶୋଭାଯାତ୍ରା

ଅପରେସନ ସିନ୍ଦୂରର ସଫଳତାକୁ ନେଇ ବିଜେପିର ପରାକ୍ରମ ଶୋଭାଯାତ୍ରା

ଭୁବନେଶ୍ୱର: ଅପରେସନ୍ ସିନ୍ଦୂର ସଫଳତାକୁ ନେଇ ରାଜ୍ୟ ସରକାରଙ୍କ ପରାକ୍ରମ ଶୋଭାଯାତ୍ରା। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରୁ ରାଜଭବନ ଯାଏଁ ଶୋଭାଯାତ୍ରା କରାଯାଇଛି । ଶୋଭାଯାତ୍ରାରେ ଓଡ଼ିଶା ପୋଲିସ, ସିଆରପିଏଫ, ୧୨୦ ବାଟାଲିୟନ, ଏନସିସି, ଟ୍ରାଫିକ ପୋଲିସ, ବିଭିନ୍ନ ସ୍କୁଲ କଲେଜର ଛାତ୍ରଛାତ୍ରୀ, ସାମାଜିକ ଅନୁଷ୍ଠାନ ପକ୍ଷରୁ ବାଇକ୍ ଶୋଭାଯାତ୍ରା କରାଯାଇଛି । ତ୍ରିରଙ୍ଗା ପତାକା ଧରି ଏହି ଶୋଭାଯାତ୍ରାରେ ସମସ୍ତେ ସାମିଲ ହୋଇଥିଲେ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ଶୋଭାଯାତ୍ରାକୁ ଶୁଭାରମ୍ଭ କରିଥିଲେ । କଳିଙ୍ଗ ଷ୍ଟାଡିୟମ୍ ୩ ନମ୍ବର ଗେଟରୁ ବାହାରି ଜୟଦେବ ବିହାର, ଆଚାର୍ଯ୍ୟ ବିହାର, ବାଣୀ ବିହାର, ଜନପଥ ଦେଇ ରାଜମହଲ ଛକ, ଏଜି ଛକ ପରେ ରାଜ ଭବନ ଛକରେ ଶେଷ ହୋଇଥିଲା ଶୋଭାଯାତ୍ରା। ଆଜିଠୁ ୧୦ ଦିନ ଧରି ଦେଶବ୍ୟାପୀ ଚାଲିବ ତ୍ରିରଙ୍ଗା ଯାତ୍ରା। ପହଲଗାମ ଆକ୍ରମଣର ପ୍ରତିଶୋଧ ଓ ଅପରେସନ ସିନ୍ଦୂର ଜରିଆରେ ଆତଙ୍କୀଙ୍କ ଉପରେ ଭାରତର ବିଜୟ ଓ ତିନି ସେନାର ବୀରତ୍ବ ସମ୍ପର୍କରେ ଲୋକଙ୍କୁ ଅବଗତ କରାଯିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking