ନୂଆଦିଲ୍ଲୀ : ଦିଲ୍ଲୀ ଲାଗି ସଂକଳ୍ପ ପତ୍ର । ଏଥିରେ ଉପସ୍ଥିତ ଅଛନ୍ତି ଦିଲ୍ଲୀ ବିଜେପି ନିର୍ବାଚନ ପ୍ରଭାରୀ ବୈଜୟନ୍ତ ପଣ୍ଡା । ନିର୍ୱାଚନ ଲାଗି ବିଜେପିର ସଂକଳ୍ପପତ୍ର ରେ ମହିଳାଙ୍କୁ ଗୁରୁତ୍ୱ ଦିଆଯାଉଛି । ଏହି ସଂକଳ୍ପ ପତ୍ରର ପ୍ରଥମ ଭାଗ ଜାରି କଲେ ବିଜେପି ରଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଦିଲ୍ଲୀରେ ଆୟୁଷ୍ମାନ ଭାରତ ଲାଗୁ ନେଇ ପ୍ରଥମ କ୍ୟାବିନେଟରେ ନିଷ୍ପତ୍ତି ହେବ । ମହିଳାଙ୍କୁ ୨୫୦୦ ଟଙ୍କା ଦେବାକୁ ଘୋଷଣା କରିଛନ୍ତି ଜେ ପି ନଡ୍ଡା । ମହିଳା ସମୃଦ୍ଧି ଯୋଜନାରେ ପ୍ରତିମାସ ମିଳିବ ୨୫୦୦ ଟଙ୍କା । ହୋଲି , ଦୀପାବଳିରେ ମାଗଣା ଗ୍ୟାସ ସିଲିଣ୍ଡର ଦିଆଯିବ । ଗର୍ଭବତୀଙ୍କୁ ଏକକାଳୀନ ଦିଆଯିବ ୨୧ ହଜାର ଟଙ୍କା । ଆୟୁଷ୍ମାନ ଭାରତ ଯୋଜନା ଦିଲ୍ଲୀରେ ଲାଗୁ କରିବ । ଦିଲ୍ଲୀରେ ଚାଲିଥିବା ବିକାଶମୂଳକ ଯୋଜନା ଜାରି ରହିବ କହିଛନ୍ତି ଜେପି ନଡ୍ଡା । ଆହୁରି କହିଛନ୍ତି , ବିଜେପି ସବୁବେଳେ ନିଜର ପ୍ରତିଶ୍ରୁତି ପାଳନ କରିଥାଏ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମାଗଣା ଘର ଦିଆଯିବ । ମାତୃତ୍ୱ ଛୁଟି ୧୨ ସପ୍ତାହରୁ ୧୬ ସପ୍ତାହକୁ ବୃଦ୍ଧି ଘୋଷଣା କରାଯାଇଛି । ବରିଷ୍ଠ ନାଗରିକଙ୍କୁ ମିଳିବ ୩ ହଜାର ଟଙ୍କା ପେନସନ । ବସ୍ତିରେ ଖୋଲିବ ଅଟଳ କ୍ୟାଣ୍ଟିନ , ୫ ଟଙ୍କାରେ ମିଳିବ ମିଲ୍ସ ।