16.1 C
Bhubaneswar
Saturday, December 20, 2025
Homeଓଡିଶାକୋଷ୍ଟାଲ ହାଇୱେ ଟେଣ୍ଡର ବାତିଲ ସମ୍ପର୍କରେ ବିଜେପିର ମିଛ ସାମ୍ନାକୁ ଆସିଲା: ବିଜେଡି

କୋଷ୍ଟାଲ ହାଇୱେ ଟେଣ୍ଡର ବାତିଲ ସମ୍ପର୍କରେ ବିଜେପିର ମିଛ ସାମ୍ନାକୁ ଆସିଲା: ବିଜେଡି

– ଟେଣ୍ଡର ବିଜ୍ଞପ୍ତି ବାତିଲର କପି ଜାରି କଲା ବିଜେଡି
– ଦଶନ୍ଧି ପରେ ମିଛର ଆଶ୍ରୟ

ଭୁବନେଶ୍ୱର: ଉପକୂଳ ଜାତୀୟ ରାଜପଥ (କୋଷ୍ଟାଲ ହାଇୱେ) ନିର୍ମାଣ ଟେଣ୍ଡର ବାତିଲ ପ୍ରସଙ୍ଗରେ ଆଜି ବିଜେଡିର ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ତଥା ଦଳର ଉପସଭାପତି ଶ୍ରୀଯୁକ୍ତ ସଞ୍ଜୟ କୁମାର ଦାସବର୍ମାଙ୍କ ଦ୍ୱାରା ଉପକୂଳ ଜାତୀୟ ରାଜପଥର ସବିଶେଷ ସ୍ଥିତି ସମ୍ପର୍କରେ ସୂଚନା ଦେଇଥିଲେ । ପରେ ବିଜେପି ଉପସଭାପତି ଶ୍ରୀଯୁକ୍ତ ବିରଞ୍ଚି ନାରାୟଣ ତ୍ରିପାଠୀ ଟେଣ୍ଡର ବାତିଲ ହୋଇଥିବା ଖବରକୁ ଖଣ୍ଡନ କରିବା ସହିତ ଏହାର ପ୍ରାମାଣିକ ତଥ୍ୟ ଦେବାକୁ ଆହ୍ୱାନ ଦେଇଥିଲେ। ଏହାପରେ ବିଜେଡି ତରଫରୁ ଜାତୀୟ ରାଜପଥ ପ୍ରାଧିକରଣ (ଏନଏଚଏଆଇ) ତରଫରୁ ୨୨.୦୫.୨୦୨୫ ରିଖରେ ୪ଟି ପ୍ୟାକେଜ ଯଥା, ରାମେଶ୍ୱର ଠାରୁ ପୁରୀ, ପୁରୀରୁ କାକଟପୁର, କାକଟପୁରରୁ ଏରସମା, ଏରସମାରୁ ପାରାଦୀପ ପାଇଁ ହୋଇଥିବା ଟେଣ୍ଡର ବାତିଲର ବିଜ୍ଞପ୍ତିକୁ ପ୍ରେସ୍‌ରେ ଜାରି କରାଯାଇଛି। ଓଡ଼ିଶାର ଜନସାଧାରଣଙ୍କୁ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବିଭ୍ରାନ୍ତ କରିବା ପାଇଁ ବିଜେପି କିଭଳି ମିଛର ସାହାରା ନେଉଛି, ତାହାର ଜ୍ୱଳନ୍ତ ଉଦାହରଣ ଏହି ପ୍ରସଙ୍ଗରେ ଦେଖିବାକୁ ମିଳିଛି । ବିଜେପିର ମିଛକୁ ଓଡ଼ିଶାର ଜନସାଧାରଣ ବିଚାର କରିବେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking