30.1 C
Bhubaneswar
Tuesday, February 3, 2026
Homeଓଡିଶାତ୍ରୁଣମୂଳସ୍ତରରେ ବିଜେପି ସଂଗଠନ ଦିନକୁ ଦିନ ମଜ୍‌ଭୁତ ହେବାରେ ଲାଗିଛି :ମନମୋହନ ସାମଲ

ତ୍ରୁଣମୂଳସ୍ତରରେ ବିଜେପି ସଂଗଠନ ଦିନକୁ ଦିନ ମଜ୍‌ଭୁତ ହେବାରେ ଲାଗିଛି :ମନମୋହନ ସାମଲ

ଭୁବନେଶ୍ୱର: ରାଷ୍ଟ୍ରୀୟ ବିଚାରଧାରାରେ କାର୍ଯ୍ୟ କରୁଥିବା ଦଳ ହେଉଛି ବିଜେପି । ଏହି ଦଳ ହେଉଛି ବିଶ୍ୱର ସର୍ବବୃହତ୍ ଦଳ । ଓଡ଼ିଶାରେ ବିଜେପି ଏକାକୀ ସରକାର ଗଠନ କରିବା ପରେ ବିକଶିତ ପଥେ ଆଗେଇ ଚାଲିଛି । ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଓ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଉପରେ ରାଜ୍ୟବାସୀଙ୍କ ଆସ୍ଥା ଓ ବିଶ୍ୱାସ ବଢ଼ିଚାଲିଛି । ଦେଶର ୧ ନମ୍ବର ରାଜ୍ୟ ଭାବେ ଓଡ଼ିଶାକୁ ଗଢ଼ି ତୋଳିବାକୁ ବିଜେପି ସରକାର ବଦ୍ଧପରିକର । ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ବିକଶିତ ଭାରତ ଗଠନ ପାଇଁ ଯେଉଁ ସ୍ୱପ୍ନ ଦେଖିଛନ୍ତି ତାହାକୁ ପୂରଣ କରିବା ପାଇଁ ବିଜେପିରେ କାର୍ଯ୍ୟକର୍ତାଙ୍କ ଯୋଗଦାନ ଦିନକୁଦିନ ବଢ଼ିଚାଲିଛି । ତ୍ରୁଣମୂଳସ୍ତରରେ ବିଜେପି ସଂଗଠନ ଦିନକୁ ଦିନ ମଜ୍‌ଭୁତ ହେବାରେ ଲାଗିଛି । ବୌଦ୍ଧ, କନ୍ଧମାଳ ଓ କେନ୍ଦ୍ରାପଡ଼ା ଜିଲ୍ଲାର ଶତାଧିକ ସରପଂଚ, ସମିତିସଭ୍ୟ ଓ କାର୍ଯ୍ୟକର୍ତା ବିଜେଡି ଓ କଂଗ୍ରେସ ଦଳ ପରିତ୍ୟାଗ କରି ଆଜି ବିଜେପିରେ ସାମିଲ ହୋଇଛନ୍ତି । ଏହି ଯୋଗଦାନ ତ୍ରୁଣମୂଳସ୍ତରରୁ ଦଳକୁ ଅଧିକ ଶକ୍ତିଶାଳୀ କରିବ ବୋଲି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।

ଏହି ଅବସରରେ ବୌଦ୍ଧ ଜିଲ୍ଲାର ଆଇନଜୀବୀ ପୃଥ୍ୱୀରାଜ ମେହେରଙ୍କ ସମେତ ବୌଦ୍ଧ ଜିଲ୍ଲା ବୌଦ୍ଧ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତେଲିବନ୍ଧର ବରିଷ୍ଠ ନେତା ତଥା ପୂର୍ବତନ ସରପଂଚ ଭୋଳାଗିରି ସାହୁ, କଷ୍ଟେଶ୍ୱର ଖଟୁଆ, ସରପଂଚ ପ୍ରଦୀପ କୁମାର କହଁର, ପ୍ରବାସିନୀ ଯୋଶୀ, ସୀତା ଝଙ୍କାର, ସନ୍ଧ୍ୟାରାଣୀ ପାତ୍ର, ବିଭୂତି ପ୍ରକାଶ ମେହେର, ପ୍ରଫୁଲ୍ଲ ପାଢୀ, ମଦନ ମୋହନ ସୁନା, ପ୍ରଶାନନ୍ଦ ମଲ୍ଲିକ, ଅର୍ତି ପ୍ରଧାନ, ସାମାଜିକ କର୍ମୀ ଚନ୍ଦ୍ରକାନ୍ତ ପ୍ରଧାନ, ବ୍ରଜକିଶୋର ପ୍ରଧାନ, ପରେଶ୍ୱର ଧଳ, ମାନା ପାତ୍ର, ବଶିଷ୍ଠ ମେହେର, ନୀରୋଦ ସେଠୀ, ରାଜକିଶୋର ମାଝି, ଚିନ୍ମୟ ପ୍ରସାଦ ହୋତା, ଭବାନୀ କର୍ଣ୍ଣ, ମନୋଜ ଗୁରୁ, ଶେଷଦେବ ପ୍ରଧାନ, ବିଚିତ୍ର ବେହେରା, କବିରାଜ ସାହୁ, ଅଲେଖ ଦେହୁରୀ ପ୍ରମୁଖଙ୍କ ସମେତ ଶତାଧିକ କର୍ମୀ ବିଜେଡି ଓ କଂଗ୍ରେସ ଦଳ ପରିତ୍ୟାଗ କରି ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହେଲେ ।

ସେହିପରି କେନ୍ଦ୍ରାପଡା ଜିଲ୍ଲା ରାଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଘମାରୀର ସରପଂଚ ଭବାନୀ ପାତ୍ର, ସମିତି ସଭ୍ୟ ମନୋରଂଜନ ମଣ୍ଡଳ, ଦିହୁଡିପୁର ଗ୍ରାମପଂଚାୟତ ସରପଂଚ ନରେଶ ଚନ୍ଦ୍ର ମଲ୍ଲିକ, ସମିତି ସଭ୍ୟ ପ୍ରମିଳା ଖଟୁଆ, ପଂଚାନନ ପରମାଣିକ, ମହାଦେବ ବେହେରା, ଚନ୍ଦନ ସାହୁ, ସୁଶାନ୍ତ ମଣ୍ଡଳ, ସୁରେଶ ପୃଷ୍ଟି, ତୀର୍ଥନାଦ ଖଟୁଆ, ଖୀରୋଦ ମଲ୍ଲିକ, ମୁକ୍ତିକାନ୍ତ ପାତ୍ର, ବାସୁଦେବ ଗିରି, ପଟ୍ଟାମୁଣ୍ଡାଇ ବିଜେଡି ପୂର୍ବତନ ସଭାପତି ରଞ୍ଜିତ କୁମାର ମଲ୍ଲିକଙ୍କ ସମେତ ଶତାଧିକ କର୍ମୀ ବିଜେଡି ଓ କଂଗ୍ରେସ ଦଳ ପରିତ୍ୟାଗ କରି ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହେଲେ ।

ସେହିପରି କନ୍ଧମାଳ ଜିଲ୍ଲା ବାଲିଗୁଡା ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କେ. ନୂଆଗାଁର ବରିଷ୍ଠ ନେତା କୃଷ୍ଣ ମୋହନ ପାଣିଗ୍ରାହୀ, ବାସୁଦେବ ପଣ୍ଡା, ଚାଂଚେଡି ପଂଚାୟତର ଜିତେନ୍ଦ୍ର ପ୍ରଧାନ, ତାରକାନ୍ତ ଦଳବେହେରା, ଲେତିଙ୍ଗିଆ ପଂଚାୟତର ଉପେନ୍ଦ୍ର କୁମାର ସାହୁ, ସାରଙ୍ଗଡ ପଂଚାୟତର ଚନ୍ଦ୍ରକାନ୍ତ ନାୟକ, ଚନ୍ଦ୍ରକାନ୍ତ ଦାସ, କୁଡୁତୁଲି ପଂଚାୟତର ଭାକୁଡୁ ବେହେରଦଳାଇ, କଂଗ୍ରେସ ପାତ୍ର, ପଠାଣି ସାମନ୍ତ, ଘସିରାମ ପାତ୍ର, କମଳ ଲୋଚନ କହଁର, ସାଇନପଡା ପଂଚାୟତର ରବିନ୍ଦ୍ର ମଲ୍ଲିକ, ପତର ସିଂ ଜାନି, କଞ୍ଜାମେଣ୍ଡି ପଂଚାୟତର ସାରୁ ବିଶମାଝୀ, ସିର୍ତିଗୁଡା ପଂଚାୟତର ରାଜିବଲୋଚନ ବକ୍ସି, ପ୍ରଦୀପ କୁମାର ଦାସ, ଗାନ୍ଦ୍ରିଗାଁ ପଂଚାୟତର ପ୍ରଦୀପ ପ୍ରଧାନ, କାର୍ତିକ ନାୟକ, ଲଙ୍କେଶ୍ୱର ପ୍ରଧାନ, ଅନ୍ତର୍ଯ୍ୟାମୀ ପ୍ରଧାନ, ରାମେଶ୍ୱର ପ୍ରଧାନଙ୍କ ସମେତ ଶତାଧିକ କର୍ମୀ ବିଜେଡି ଓ କଂଗ୍ରେସ ଦଳ ପରିତ୍ୟାଗ କରି ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହେଲେ ।

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ଶ୍ରୀ ସାମଲ ସମସ୍ତ ନୂତନ ସଦସ୍ୟଙ୍କୁ ଟୋପି ଓ ଉତରୀୟ ପ୍ରଦାନ କରି ସ୍ୱାଗତ କରିଛନ୍ତି । କନ୍ଧମାଳ ଲୋକସଭା ସାଂସଦ ଶ୍ରୀକାନ୍ତ କୁମାର ପାଣିଗ୍ରାହୀ, ବୌଦ୍ଧ ବିଧାୟକ ତଥା ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ, କଂଟାମାଳ ବିଧାୟକ କହ୍ନେଇ ଚରଣ ଡାଙ୍ଗ, ରାଜ୍ୟ ଉପସଭାପତି ବିରଂଚି ନାରାୟଣ ତ୍ରିପାଠୀ, ରାଜ୍ୟ ସାଧାରଣ ସମ୍ପାଦକ ଡ. ଯତୀନ ମହାନ୍ତି, ରାଜ୍ୟ ସମ୍ପାଦକ ସରୋଜ କର, ବୌଦ୍ଧ ଜିଲ୍ଲା ସଭାପତି ପ୍ରେମାନନ୍ଦ ମିଶ୍ର, କେନ୍ଦ୍ରାପଡା ଜିଲ୍ଲା ସଭାପତି ଶଶାଙ୍କ ଶେଖର ସେଠୀ, ବୌଦ୍ଧ ଜିଲ୍ଲା ପୂର୍ବତନ ସଭାପତି ବିପ୍ରଚରଣ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking