28.1 C
Bhubaneswar
Saturday, January 17, 2026
Homeଦେଶ ବିଦେଶଆପ୍‌ ବିରୋଧରେ ବିଜେପିର ଚାର୍ଜଶିଟ୍‌

ଆପ୍‌ ବିରୋଧରେ ବିଜେପିର ଚାର୍ଜଶିଟ୍‌

ନୂଆଦିଲ୍ଲୀ: ଆଜି ବିଜେପି ପକ୍ଷରୁ କ୍ଷମତାସୀନ ଆପ୍‌ ବିରୋଧରେ ଅଭିଯୋଗପତ୍ର ବା ଚାର୍ଜଶିଟ ଜାରି କରାଯାଇଛି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଅନୁରାଗ ଠାକୁର, ଦିଲ୍ଲୀ ବିଜେପି ମୁଖିଆ ବୀରେନ୍ଦ୍ର ସଚଦେବା ଓ ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଏପରି ଅଭିଯୋଗ ପତ୍ର ଜାରି ହୋଇଛି। କାର୍ଯ୍ୟକ୍ରମରେ ଆପ୍‌ ବିରୋଧରେ ବିଭିନ୍ନ ପ୍ରକାରର ସ୍ଲୋଗାନ ଥିବା ପୋଷ୍ଟର ଓ ବ୍ୟାନର ମଧ୍ୟ ଲଗାଇଯାଇଛି। ୧୦ ସାଲ ଦିଲ୍ଲୀ ବେହାଲ, ଦିଲ୍ଲୀ କା ଏକ୍ୟୁଆଇ ହୁଆ ୫୦୦ ପାର, ଯମୁନା ମେଁ ହେ ପଲ୍ୟୁସନ କି ବାହାର ଭଳି ଲେଖା ପ୍ରଦର୍ଶିତ କରାଯାଇଛି। ଅଭିଯୋଗପତ୍ର ଜାରି କରି ଅନୁରାଗ ଠାକୁର କହିଛନ୍ତି, “ଆପ୍‌ ସରକାର ଯମୁନା ନଦୀକୁ ଅତ୍ୟନ୍ତ ଖରାପ ଢଙ୍ଗରେ ପ୍ରଦୂଷିତ କରିଛନ୍ତି। ଯମୁନା ଅତ୍ୟନ୍ତ ବିଷାକ୍ତ ହୋଇଯାଇଛି। ୨୦୨୨ର ଗୋଟିଏ ସାମ୍ବାଦିକ ସମ୍ମିଳନୀରେ କେଜ୍ରିୱାଲ କହିଥିଲେ ଯେ ସେ ଓ ଲୋକମାନେ ଆସନ୍ତା ନିର୍ବାଚନ ପୂର୍ବରୁ(୨୦୨୫) ଯମୁନାରେ ଏକାଠି ବୁଡ଼ ପକାଇବେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking