29.1 C
Bhubaneswar
Saturday, September 28, 2024
Homeଓଡିଶାରାଜ୍ୟ ଯୁବମୋର୍ଚ୍ଚା ପକ୍ଷରୁ ସଦସ୍ୟତା ଅଭିଯାନ କର୍ମଶାଳା

ରାଜ୍ୟ ଯୁବମୋର୍ଚ୍ଚା ପକ୍ଷରୁ ସଦସ୍ୟତା ଅଭିଯାନ କର୍ମଶାଳା

*ବିକଶିତ ଓଡ଼ିଶା, ବିକଶିତ ଭାରତର ନେତୃତ୍ୱ ନେବ ଯୁବ ସମାଜ : ଅଭିଳାଷ ପଣ୍ଡା*
 ସେପ୍ଟେମ୍ବର ୩୦ରୁ ଯୁବମୋର୍ଚ୍ଚା ସଦସ୍ୟତା ଅଭିଯାନକୁ ତ୍ୱରାନ୍ୱିତ କରିବ
 ଯେଉଁ ଯୁବକମାନେ ବିଜେପିକୁ ଭୋଟଦେଇ ସରକାରକୁ ଆଣିଛନ୍ତି ସେମାନଙ୍କୁ ଚିହ୍ନଟ କରି କାର୍ଯ୍ୟକର୍ତା କରିବା ହେଉଛି ମୋର୍ଚ୍ଚାର ମୁଖ୍ୟ ଉଦ୍ଦେଶ୍ୟ
ଭୁବନେଶ୍ୱର : ଭାରତୀୟ ଜନତା ପାର୍ଟି ବିଶ୍ୱର ସବୁଠୁ ବଡ଼ ରାଜନୈତିକ ଦଳ । ଏହି ଦଳର ସଦସ୍ୟ ସଂଖ୍ୟା ଏବେ ୧୮ କୋଟିରୁ ଊର୍ଦ୍ଧ୍ୱ । ଏହି ଦଳ ରାଷ୍ଟ୍ରବାଦ, ଜାତୀୟତାବାଦରେ ବିଶ୍ୱାସ କରେ । ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଜେପି ଓ ଦେଶ ଦିନକୁ ଦିନ ଆଗକୁ ବଢ଼ିବାରେ ଲାଗିଛି । ବର୍ତମାନ ସାରା ବିଶ୍ୱର ଅର୍ଥନୀତି ତଳକୁ ଖସୁଥିବାବେଳେ ମୋଦିଜୀଙ୍କ ନେତୃତ୍ୱରେ ଭାରତର ଅର୍ଥନୀତି ବଢ଼ିଛି । ତାଙ୍କ ନେତୃତ୍ୱରେ ଭାରତ ବ୍ରିଟେନକୁ ପଛରେ ପକାଇ ବିଶ୍ୱ ଅର୍ଥବ୍ୟବସ୍ଥାରେ ୧୧ତମ ସ୍ଥାନରୁ ପଂଚମ ସ୍ଥାନକୁ ଉଠିପାରିଛି । ଆଗାମୀ ଦିନରେ ଭାରତ ତୃତୀୟ ସର୍ବବୃହତ ଅର୍ଥବ୍ୟବସ୍ଥାରେ ପରିଣତ ହେବାକୁ ଯାଉଛି । ମୋଦିଜୀ “୨୦୪୭ ବିକଶିତ ଭାରତ” ଓ “୨୦୩୬ ବିକଶିତ ଓଡ଼ିଶା” ଗଠନ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଆଜିର ଯୁବ ସମାଜ ଏହାର ନେତୃତ୍ୱ ନେବେ । ଏନେଇ ଯୁବକମାନଙ୍କୁ ଦଳରେ ସାମିଲ କରି ଦେଶକୁ ଆଗେଇ ନେବାକୁ ଯୁବମୋର୍ଚ୍ଚା ପକ୍ଷରୁ ଲକ୍ଷ୍ୟ ରଖାଯାଇଛି ବୋଲି ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଶ୍ରୀ ଅଭିଳାଷ ପଣ୍ଡା କହିଛନ୍ତି । ଏହି ପରିପ୍ରେକ୍ଷୀରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ମାର୍ଗଦର୍ଶନରେ ରାଜ୍ୟ କାର୍ଯ୍ୟାଳୟରେ ଆଜି ରାଜ୍ୟ ଯୁବ ମୋର୍ଚ୍ଚା ପକ୍ଷରୁ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାର ସଦସ୍ୟତା ପ୍ରମୁଖ ଓ ସହପ୍ରମୁଖମାନଙ୍କ ସହ ନିବାଚନମଣ୍ଡଳୀସ୍ତରରୁ ଆସିଥିବା ଯୁବମୋର୍ଚ୍ଚାର କାର୍ଯ୍ୟକର୍ତାମାନେ ଯୋଗଦେଇଥିଲେ ।
ଏହି ଅବସରରେ ଶ୍ରୀ ପଣ୍ଡା କହିଛନ୍ତି ଯେ, ସାରା ଦେଶରେ ସେପ୍ଟେମ୍ବର ୨ରୁ “ବିଜେପିର ସଦସ୍ୟତା ଅଭିଯାନ ୨୦୨୪” ଆରମ୍ଭ ହୋଇଯାଇଛି । ଏହି ଅଭିଯାନର ପ୍ରଥମ ପର୍ଯ୍ୟାୟ ସେପ୍ଟେମ୍ବର ୨୫ ପର୍ଯ୍ୟନ୍ତ ଚାଲିଥିଲା । ସଦସ୍ୟତା ଅଭିଯାନର ପ୍ରଥମ ପର୍ଯ୍ୟାୟରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ ରାଷ୍ଟ୍ରୀୟ ସଭାପତି ଶ୍ରୀ ଜଗତ ପ୍ରକାଶ ନଡ୍ଡା ଜୀ ସଦସ୍ୟତା କରିବା ପରେ ଦେଶବ୍ୟାପୀ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ସେହିିପରି ରାଜ୍ୟରେ ସେପ୍ଟେମ୍ବର ୩ରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝିଙ୍କୁ ରାଜ୍ୟ ସଭାପତି ଶ୍ରୀ ସାମଲ ସଦସ୍ୟତା କରାଇବା ପରେ ରାଜ୍ୟସ୍ତରରେ ଏହି ଅଭିଯାନ ଆରମ୍ଭ ହୋଇଯାଇଛି । ଏହାର ୨ୟ ପର୍ଯ୍ୟାୟ ଅଭିଯାନ ଅକ୍ଟୋବର ୧ରୁ ଆରମ୍ଭ ହେବ ।
ପ୍ରଥମ ପର୍ଯ୍ୟାୟ ଅଭିଯାନରେ ଯୁବମୋର୍ଚ୍ଚାର କର୍ମକର୍ତାମାନେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିଥିଲେ । ଅକ୍ଟୋବର ୧୫ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ଦ୍ୱିତୀୟ ପର୍ଯ୍ୟାୟ ଅଭିଯାନରେ ମଧ୍ୟ ଯୁବମୋର୍ଚ୍ଚାକୁ ଗୁରୁଦାୟିତ୍ୱ ଦିଆଯାଇଛି । ଏନେଇ ମୋର୍ଚ୍ଚା ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଂଚିଛି । ଏଥିଲାଗି ଦ୍ୱିତୀୟ ଅଭିଯାନର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ସେପ୍ଟେମ୍ବର ୩୦ରୁ ଯୁବମୋର୍ଚ୍ଚା ସଦସ୍ୟତା ଅଭିଯାନ କରିବା ପାଇଁ ସ୍ଥିର କରାଯାଇଛି । ଯେଉଁ ଯୁବକମାନେ ବିଜେପିକୁ ଭୋଟଦେଇ ସରକାରକୁ ଆଣିଛନ୍ତି ସେମାନଙ୍କୁ ଚିହ୍ନଟ କରି କାର୍ଯ୍ୟକର୍ତା କରିବା ହେଉଛି ମୋର୍ଚ୍ଚାର ମୁଖ୍ୟ ଉଦ୍ଦେଶ୍ୟ । ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ, ମହାବିଦ୍ୟାଳୟ, ହଷ୍ଟେଲ, କୋଚିଂ ସେଂଟର, କ୍ଲବ, ପୂଜାମଣ୍ଡପ, ରେଳ ଷ୍ଟେଶନ, ବସ୍‌ଷ୍ଟାଣ୍ଡ, ହାଟ ଆଦି ସ୍ଥାନରେ ଯୁବମୋର୍ଚ୍ଚାର କାର୍ଯ୍ୟକର୍ତାମାନେ ସକ୍ରିୟ ଭାବେ ସଦସ୍ୟତା ଅଭିଯାନ କରିବା ପାଇଁ କର୍ମଶାଳାରେ ନିଷ୍ପତି ହୋଇଛି । ଏଥିପାଇଁ ଟୋଲି ପ୍ରସ୍ତୁତ କରାଯାଇଛି । କର୍ମଶାଳାରେ ଯୁବମୋର୍ଚ୍ଚାର ସଦସ୍ୟମାନେ କେଉଁଭଳି ଭାବେ କାର୍ଯ୍ୟ କରିବେ ସେନେଇ ରୋଡ୍‌ମ୍ୟାପ ପ୍ରସ୍ତୁତ କରାଯାଇଛି । ସେପ୍ଟେମ୍ବର ୩୦ରୁୁ ଏହି ଅଭିଯାନକୁ ତ୍ୱରାନ୍ୱିତ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି ।
ଏହି ବୈଠକରେ ରାଜ୍ୟ ଉପସଭାପତି ତଥା ଯୁବମୋର୍ଚ୍ଚା ପ୍ରଭାରୀ ବିରଂଚି ନାରାୟଣ ତ୍ରିପାଠୀ, ରାଜ୍ୟ ସାଧାରଣ ସମ୍ପାଦକ ସାରଦା ଶତପଥୀ, ରାଜ୍ୟ ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ସୁଜିତ୍ ସିଂ, ଦୀପକ ଗୋଚ୍ଛାୟତ ଓ ସଦସ୍ୟତା ଅଭିଯାନର ରାଜ୍ୟ ସଂଯୋଜକ ସୁବ୍ରତ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ ।

 

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking