33.1 C
Bhubaneswar
Wednesday, March 25, 2026
Homeଓଡିଶାସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କୁ ଆକ୍ରମଣ ପ୍ରତିବାଦରେ ବିଜେପି ଯୁବମୋର୍ଚ୍ଚାର ବିକ୍ଷୋଭ

ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କୁ ଆକ୍ରମଣ ପ୍ରତିବାଦରେ ବିଜେପି ଯୁବମୋର୍ଚ୍ଚାର ବିକ୍ଷୋଭ

*କଂଗ୍ରେସ ହିଂସାର ବାହକ: ଅଭିଳାଷ ପଣ୍ଡା*
 ରାହୁଲ ଗାନ୍ଧୀ ଓଡ଼ିଶାର ପବିତ୍ର ଭୂମିରେ ପାଦ ଦେବା ପୂର୍ବରୁ କ୍ଷମା ମାଗନ୍ତୁ
 ଗଣତନ୍ତ୍ରର ସର୍ବେର୍ାଚ୍ଚ ମନ୍ଦିର ସଂସଦରେ ବିଜେପିର ଜଣେ ବରିଷ୍ଠ ସାଂସଦଙ୍କୁ ରକ୍ତାକ୍ତ କରି ସଂସଦରେ ଯେଉଁ ରକ୍ତର ଛିଟା ପକାଇଲେ ଇତିହାସରେ ଲିପିବଦ୍ଧ ହୋଇ ରହିବ
 ବିଜେପି ଯୁବମୋର୍ଚ୍ଚା କର୍ମୀ ଭୁବନେଶ୍ୱର ମାଷ୍ଟରକ୍ୟାଂଟିନରେ ରାହୁଲ ଗାନ୍ଧୀଙ୍କ କୁଶପୁତଳିକା ଦାହ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି
ଭୁବନେଶ୍ୱର : ବିଜେପିର ବରିଷ୍ଠ ନେତା ବାଲେଶ୍ୱର ଲୋକସଭାର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କୁ କଂଗ୍ରେସର ତଥାକଥିତ ବା ସ୍ୱଘୋଷିତ ଯୁବନେତା ରାହୁଲ ଗାନ୍ଧୀ ସଂସଦ ସମ୍ମୁଖରେ ଆକ୍ରମଣ କରି ମୁଣ୍ଡ ଫଟେଇ ଲହୁଲୁହାଣ କରିଛନ୍ତି। ଏହା ଅତ୍ୟନ୍ତ ନିନ୍ଦନୀୟ। ଏପରି ହିଂସ୍ର ଆଚରଣ ହେଉଛି କଂଗ୍ରେସର ପାରିବାରିକ ପରମ୍ପରା। ଏହି ଦଳ ହେଉଛି ହିଂସାର ବାହକ। ଇନ୍ଦିରା ଗାନ୍ଧୀଙ୍କ ଜରୁରୀକାଳୀନ ପରିସ୍ଥିତିରେ ହୋଇଥିବା ହିଂସାଠାରୁ ଆରମ୍ଭ କରି ରାହୁଲ ଗାନ୍ଧୀ ଭିଆଇ ଥିବା ଆଜିର ଘଟଣା ପର୍ଯ୍ୟନ୍ତ, ସବୁରି ମୂଳରେ ହିଂସା ରହିଛି। ଏହି ଘଟଣାକୁ ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଶ୍ରୀ ଅଭିଳାଷ ପଣ୍ଡା ତୀବ୍ର ନିନ୍ଦା କରିଛନ୍ତି। ଗଣତନ୍ତ୍ରର ସର୍ବେର୍ାଚ୍ଚ ମନ୍ଦିର ସଂସଦରେ ବିଜେପିର ଜଣେ ବରିଷ୍ଠ ସାଂସଦଙ୍କୁ ରକ୍ତାକ୍ତ କରି ସଂସଦରେ ଯେଉଁ ରକ୍ତର ଛିଟା ପକାଇଲେ ଏହା ଇତିହାସରେ ଲିପିବଦ୍ଧ ହୋଇ ରହିବ। ଏନେଇ ରାହୁଲ ଗାନ୍ଧୀ କ୍ଷମା ପ୍ରାର୍ଥନା କରନ୍ତୁ। ଏହି ହିଂସାକୁ ଦେଶବାସୀ ସବୁଦିନ ପାଇଁ ମନେ ରଖି କେବେ ବି କଂଗ୍ରେସକୁ କ୍ଷମା ଦେବେ ନାହିଁ ବୋଲି ରାଜ୍ୟ ବିଜେପି ଯୁବମୋର୍ଚ୍ଚା ସଭାପତି ଶ୍ରୀ ଅଭିଳାଷ ପଣ୍ଡା କହିଛନ୍ତି।
ଏହାର ପ୍ରତିବାଦ କରି ବିଜେପି ଯୁବମୋର୍ଚ୍ଚା କର୍ମୀ ଭୁବନେଶ୍ୱର ମାଷ୍ଟରକ୍ୟାଂଟିନରେ ରାହୁଲ ଗାନ୍ଧୀଙ୍କ କୁଶପୁତଳିକା ଦାହ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରି “କଂଗ୍ରେସ ଅର୍ଥ ହିଂସା, କଂଗ୍ରେସ ଅର୍ଥ ମିଥ୍ୟା” ନାରା ଦେଇଛନ୍ତି। ବିଜେପି ଯୁବମୋର୍ଚ୍ଚା ରାହୁଲ ଗାନ୍ଧୀଙ୍କ କୁଶପୁତଳିକା ଦାହ କରି ଚେତାଇ ଦେଉଛି ଯେ, ରାହୁଲ ଗାନ୍ଧୀ ଓଡ଼ିଶାର ଏହି ପବିତ୍ର ଭୂମିରେ ପାଦ ଦେବା ପୂର୍ବରୁ କ୍ଷମା ମାଗନ୍ତୁ ବୋଲି ଶ୍ରୀ ପଣ୍ଡା କହିଛନ୍ତି।ଏହି ବିକ୍ଷୋଭରେ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଶାରଦା ଶତପଥୀ, ଯୁବମୋର୍ଚ୍ଚା ରାଜ୍ୟ ସାଧାରଣ ସମ୍ପାଦକ ସୁଜିତ୍ ସିଂ, ରାଜ୍ୟ ସମ୍ପାଦକ ସୁବ୍ରତ ବିଶ୍ୱାଳ, ମାନସ ସାହୁ, ପ୍ରଶାନ୍ତ ପାଇକରାୟ, ରାଜ୍ୟ ସଂଯୋଜକ ଚଣ୍ଡୀ ପ୍ରସାଦ ବେହେରା ଓ ଅନ୍ୟ ଯୁବମୋର୍ଚ୍ଚା ନେତୃବୃନ୍ଦ ଉପସ୍ଥିତ ଥିଲେ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking