19.1 C
Bhubaneswar
Thursday, February 12, 2026
Homeଓଡିଶାବିହାରରେ ରାହୁଲଙ୍କ 'ଭୋଟର ଅଧିକାର ଯାତ୍ରା'ର ସଫଳତାରେ ବିଚଳିତ ବିଜେପି

ବିହାରରେ ରାହୁଲଙ୍କ ‘ଭୋଟର ଅଧିକାର ଯାତ୍ରା’ର ସଫଳତାରେ ବିଚଳିତ ବିଜେପି

ଭୁବନେଶ୍ୱର: ଓଡିଶାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଦଳୀୟ କାର୍ଯ୍ୟ ପାଇଁ ଲୋକସେବା ଭବନକୁ ବ୍ୟବହାର କରି କଂଗ୍ରେସ ନେତୃବୃନ୍ଦଙ୍କ ବିରୋଧରେ ମିଥ୍ୟା ଆରୋପ କରିବା ପରିତାପର ବିଷୟ। ତାଙ୍କର ମାନସିକ ଓ ବୌଦ୍ଧିକ ବାଚାଳାମି ଆରମ୍ଭ ହୋଇଛି। ଜଣେ ଦାୟୀତ୍ୱବାନ ମନ୍ତ୍ରୀ ହିସାବରେ ତାଙ୍କର ଉଚ୍ଚାରଣ ହାସ୍ୟାସ୍ପଦ ବୋଲି ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ କୁହାଯାଇଛି। ନିଜର କୁତ୍ସିତ ରାଜନୀତିକୁ ଚରିତାର୍ଥ କରିବାକୁ ଏତେ ନୀଚ୍ଚ ସ୍ତରକୁ ଯିବା ବିଜେପିର ଡିଏନଏରେ ଅଛି ନା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀଙ୍କ ମା’ଙ୍କୁ କୌଣସି ଅପଶବ୍ଦ ପ୍ରୟୋଗ କରିଛନ୍ତି ନା କଂଗ୍ରେସର କୌଣସି କାର୍ଯ୍ୟକର୍ତ୍ତା ଅସମ୍ମାନିତ କରିଛନ୍ତି। ସତ କଥା ହେଲା, ବିହାରରେ ବିଜେପିର ପତନ ଆରମ୍ଭ ହେବାର ପୂର୍ବାନୁମାନ କରି ମୋଦୀ ପଳାତକ ହେବା ପୂର୍ବରୁ ଜାଣିଶୁଣି ନିଜ ଦଳର କାର୍ଯ୍ୟକର୍ତ୍ତାଙ୍କ ଦ୍ୱାରା ନିଜ ମା’ଙ୍କୁ ଅପମାନିତ କରେଇ ବିହାରବାସୀଙ୍କ ସହାନୁଭୂତି ପାଇବା ପାଇଁ ଷଡଯନ୍ତ୍ର କରିଛନ୍ତି, ଯାହା ପ୍ରମାଣିତ ହୋଇ ସାରିଛି। ସୂଚନାଯୋଗ୍ଯ, ସଂପୃକ୍ତ ବ୍ୟକ୍ତି ରିଜଭି କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂହ ଚୌହାନ ଓ ଅନ୍ୟ ବିଜେପି ନେତାମାନଙ୍କ ସହ ପୂର୍ବରୁ ବିଜେପି କାର୍ଯ୍ୟକ୍ରମରେ ଥିବା ଫଟୋ ଦେସବାସୀ ଦେଖିସାରିଛନ୍ତି। ପାଟନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ଭକ୍ତ ଚରଣ ଦାସ ମଧ୍ୟ ଏ ନେଇ ବିଜେପିର ହୀନ ରାଜନୀତିର ପର୍ଦ୍ଦାଫାସ ମଧ୍ୟ କରିସାରିଛନ୍ତି। ପିସିସି ପକ୍ଷରୁ ମୋଦୀଙ୍କ ବିଷୟରେ ଆହୁରି କୁହାଯାଇଛି, ଯୋଉ ବ୍ୟକ୍ତି ବିମୁଦ୍ରୀକରଣର ବିଫଳତାରୁ ମୁକ୍ତି ପାଇବା ପାଇଁ ନିଜର ବୁଢ଼ୀ ମା’ଙ୍କୁ ଏଟିଏମ ଆଗରେ ଠିଆ କରେଇଥିଲେ, ପରେ ନିଜ ମା’ଙ୍କୁ ବାସନ ମଜାଳିର ଆଖ୍ୟା ଦେଇପାରନ୍ତି , ମା’ଙ୍କ ଦେହାନ୍ତ ପରେ ମଧ୍ୟ ଷ୍ଟାଇଲ ବିଗିଡିଯିବ ବୋଲି ଲଣ୍ଡା ହୁଅନ୍ତିନି, ସେଭଳି ବ୍ୟକ୍ତି ଭୋଟ ହାତେଇବା ପାଇଁ ନିଜ ମା’ଙ୍କୁ ରାଜନୀତିର ପଶାପାଲିରେ ବାଜି ଲଗେଇବା କିଛି ବଡ଼ କଥା ନୁହେଁ ବୋଲି ପିସିସି ପକ୍ଷରୁ କୁହାଯାଇଛି।

ପିସିସି ପକ୍ଷରୁ ଏହା ମଧ୍ୟ କୁହାଯାଇଛି, ପ୍ରଭାତୀ ପରିଡା ଭୁଲି ଯାଉଛନ୍ତି, ତାଙ୍କ ଦଳର ନେତା ଗିରିରାଜ ସିଂ ସୋନିଆ ଗାନ୍ଧୀଙ୍କୁ ଗୋରୀ ଚମଡି କହିଥିଲେ। ମୋଦୀ ନିଜେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଲୋଫରଙ୍କ ଶୈଳୀରେ ‘ଦିଦି ଓ ଦିଦି’ କହିଥିଲେ। ବିଜେପି ନେତାମାନେ ସୋନିଆ ଗାନ୍ଧୀଙ୍କୁ ବାର ଡ୍ୟାନ୍ସର ଓ ଜର୍ସି ଗାଈ କହି ଆସିଛନ୍ତି। ସେତେବେଳେ ପ୍ରଭାତୀ ପରିଡା ଚୁପ କାହିଁକି ଥିଲେ? ଏତେ ସବୁ ପରେ ବି କଂଗ୍ରେସର କାର୍ଯ୍ୟକର୍ତା ଏତେ ନୀଚ୍ଚ ସ୍ତରକୁ ଯାଇ ନାହାନ୍ତି, ଯେତିକି ମୋଦୀ ନିଜେ ଯାଇଛନ୍ତି। ପ୍ରଭାତୀ ପରିଡା ପୋଷା ଶୁଆ ଭଳି ରାବୁଚ୍ଛନ୍ତି। ଯୋଉ ଦଳର ଡିଏନଏରେ ମହିଳା ବିରୋଧୀ ମାନସିକତା ରହିଛି, ସେମାନେ ଆଜି ଅଯଥାରେ ଦେଶବାସୀଙ୍କୁ ଆଇ ମା କାହାଣୀ ଶୁଣାଉଛନ୍ତି।

ରାହୁଲ ଗାନ୍ଧୀଙ୍କ ଉପରେ ମିଥ୍ୟା ଆରୋପ ଲଗାଇ ପ୍ରଭାତୀ ପରିଡା ତାଙ୍କ କ୍ୟାରିଅରରେ ଏକ କଳଙ୍କିତ ଫରଦ ଯୋଡ଼ିଲେ। ନିଜର ବୁଦ୍ଧି , ବିଦ୍ୟା, ବିବେକ ଦ୍ୱାରା ପରିଚାଳିତ ନହୋଇ ଏକ ସଖି କଣ୍ଢେଇ ଭଳି ମନ୍ତବ୍ୟ ଦେବା ଲଜ୍ଜ୍ୟା ଜନକ। ନିଜ ନିର୍ବାଚନ ମଣ୍ଡଳୀରେ ନାବାଳିକା ପୋଡିର ଦୁର୍ବୃତ୍ତମାନଙ୍କୁ ସୁରକ୍ଷା ଦେବା ଅପରାଧର ଶ୍ରୀମତୀ ପରିଡା ପ୍ରାୟଶ୍ଚିତ ନ କରି ସଚିବାଳୟଠାରେ ସାମ୍ବାଦିକ ସମ୍ମିଳନୀ ଡାକି କଂଗ୍ରେସ ବିରୋଧରେ ଗପିବା ଶୋଭା ପାଉନାହିଁ। ଆଇନ ଶୃଙ୍ଖଳା ପରିସ୍ଥିତିକୁ ସୁଦୃଢ଼ କରିବା ପରିବର୍ତ୍ତେ ସରକାରଙ୍କ ଦ୍ୱାରା ପ୍ରାୟୋଜିତ ଭାବେ ଦଳୀୟ କାର୍ଯ୍ୟକର୍ତାଙ୍କ ଦ୍ୱାରା ଯେଉଁଭଳି ବିରୋଧ ପ୍ରଦର୍ଶନ କରାଯାଉଛି , ସେଥିରୁ ଲାଗୁଚି ରାଜ୍ୟକୁ ଉତ୍ତର ପ୍ରଦେଶ ମୁହାଁ କରିବାକୁ ଏକ ସୁଚିନ୍ତିତ ଷଡଯନ୍ତ୍ର ରଚାଯାଇଛି। ବିଜେପ ସରକାରକୁ ଲୋକେ କିପରି ଦୃଷ୍ଟିରେ ଦେଖୁଛନ୍ତି ତାହା ସଚିବାଳୟରୁ ନୁହେଁ, ବରଂ ବାହାରକୁ ଆସି ଯଦି ଦେଖନ୍ତେ, ନିଜର ଅସ୍ତିତ୍ୱକୁ ଠିକ ବୁଝି ପାରିବେ ବୋଲି ଏକ ପ୍ରେସ ବିବୃତ୍ତିରେ ପିସିସିର ଦଳୀୟ ମୁଖପାତ୍ରମାନେ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking