21.1 C
Bhubaneswar
Wednesday, January 14, 2026
Homeଓଡିଶାରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ବାତାବରଣକୁ ବିଜେପି କଳୁଷିତ କରିବାକୁ ଚେଷ୍ଟା କରୁଛି: ବିଜେଡି

ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ବାତାବରଣକୁ ବିଜେପି କଳୁଷିତ କରିବାକୁ ଚେଷ୍ଟା କରୁଛି: ବିଜେଡି

ପାଠପଢ଼ା ସମୟରେ ଛାତ୍ରୀଙ୍କୁ ବିଜେପି ୱାର୍ଡ ଅଫିସ୍କୁ କ’ଣ ପାଇଁ ନିଆଯାଇଥିଲା ?
ଏହି ଘଟଣାରେ ଛାତ୍ରୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି
ଏହି ମାମଲାରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସ୍ପଷ୍ଟୀକରଣ ଦିଅନ୍ତୁ

ଭୁବନେଶ୍ୱର: ରାଜ୍ୟର ପ୍ରତିଷ୍ଠିତ ଶିକ୍ଷା ଅନୁଷ୍ଠାନ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ପାଠପଢ଼ା ଚାଲୁଥିବା ସମୟରେ ୟୁନିଫର୍ମରେ ଥିବା କିଛି ଛାତ୍ରୀଙ୍କୁ ନେଇ ସ୍ଥାନୀୟ ବିଜେପିର ୱାର୍ଡ ଅଫିସ୍ ପରିସରରେ ଗତକାଲି ଏକ ବୈଠକ ଅନୁଷ୍ଠିତ ହୋଇଥିଲା, ଯାହାର ଖବର ଆସିବା ପରେ ଆଜି ବିଜୁ ଜନତା ଦଳ ତୀବ୍ର ପ୍ରତିକି୍ରୟା ପ୍ରକାଶ କରିଛି ।

ଛାତ୍ରୀ ସମାଜ ଅସୁରକ୍ଷିତ ଥିବାବେଳେ, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଛାତ୍ରୀମାନଙ୍କୁ କେଉଁ ଉଦେ୍ଦଶ୍ୟରେ ଭାରତୀୟ ଜନତା ପାର୍ଟିର ୱାର୍ଡ କାର୍ଯ୍ୟାଳୟକୁ ଡକାଯାଇଥିଲା, କର୍ତ୍ତୃପକ୍ଷ ସ୍ପଷ୍ଟୀକରଣ ଦେବା ଦରକାର ବୋଲି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିଜୁ ଜନତା ଦଳର ମୁଖପାତ୍ର ଶ୍ରୀମତୀ ଇପ୍ସୀତା ସାହୁ । ଏହି ବୈଠକର ଫଟୋ ଗଣମାଧ୍ୟମ ସମ୍ମୁଖରେ ଉପସ୍ଥାପନ କରି ସେ କହିଥିଲେ, ବୈଠକର ଅସଲ ଉଦେ୍ଦଶ୍ୟ ଜଣାନଥିଲେ ମଧ୍ୟ ବୈଠକରେ କୌଣସି ନାରୀ ନେତ୍ରୀ ଉପସ୍ଥିତ ନଥିଲେ । କେବଳ ନିକଟରେ ଆଇନକୁ ହାତକୁ ନେଇ ଜେଲରୁ ଫେରିଥିବା ଶ୍ରୀ ଜଗନ୍ନାଥ ପ୍ରଧାନ ଓ ଅନ୍ୟ କିଛି ଜେଲ ଫେରନ୍ତା ବ୍ୟକ୍ତିଙ୍କ ଉପସ୍ଥିତିରେ ବୈଠକ ହୋଇଥିଲା । ଏଥିରେ ଯୋଗ ଦେଇଥିବା ଛାତ୍ରୀମାନଙ୍କୁ କିଛି ମିଥ୍ୟା ପ୍ରଲୋଭନ ଦେଇ ବୈଠକକୁ ନିଆଯାଇଥିଲା ବୋଲି ଜଣାପଡ଼ିଛି । କିନ୍ତୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଜ୍ଞାତସାରରେ ସେମାନେ ଯାଇଥିଲେ କି ନାହିଁ, ତାହା ସ୍ପଷ୍ଟ ହୋଇନାହିଁ । ପାଠପଢ଼ା ସମୟରେ ଛାତ୍ରୀମାନଙ୍କୁ ନେଇ ଏହିଭଳି ବୈଠକ ଆୟୋଜନ କରିବା ସ୍ୱାଭାବିକ ଭାବେ ବିଭିନ୍ନ ପ୍ରଶ୍ନ ସୃଷ୍ଟି କରିଛି । ଅତୀତରେ ଭାରତୀୟ ଜନତା ପାର୍ଟିର ନେତା ଓ ଏବିଭିପିର କାର୍ଯ୍ୟକର୍ତ୍ତା ତାଙ୍କ ରାଜନୈତିକ ସ୍ୱାର୍ଥ ହାସଲ କରିବା ପାଇଁ ଭଉଣୀ ସୌମ୍ୟାଶ୍ରୀଙ୍କୁ ଦିଆସିଲି, ପେଟ୍ରୋଲ ଯୋଗାଇ ଦେଇ ତାକୁ ମୃତୁ୍ୟମୁଖକୁ ଠେଲିଦେଲେ । ସେହିଭଳି କାଣ୍ଡ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଘଟାଇବା ପାଇଁ ଭାରତୀୟ ଜନତା ପାର୍ଟିର ଏକ ସୁଚିନ୍ତିତ ରଣନୀତି ନୁହେଁତ ବୋଲି ଶ୍ରୀମତୀ ସାହୁ କହିଥିଲେ ।

ଗତ କିଛିଦିନ ତଳେ ବିଜୁ ଜନତା ଦଳ ତରଫରୁ ରାଜ୍ୟରେ ବଢୁଥିବା ଦରଦାମ ବିରୁଦ୍ଧରେ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଛକରେ ବିକ୍ଷୋଭ ସମାବେଶରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଛାତ୍ରୀ ଲକ୍ଷ୍ମୀପି୍ରୟା ବିଶ୍ୱାଳ ଯୋଗ ଦେଇଥିବାରୁ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଚାପରେ ବଶବର୍ତ୍ତୀ ହୋଇ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ତାଙ୍କୁ ନୋଟିସ୍ ଜାରି କରିଥିଲେ । ଆଜି ଯେଉଁ ଛାତ୍ରୀମାନେ କଲେଜ ଚାଲୁଥିବା ସମୟରେ ପାଠପଢ଼ା ଛାଡ଼ି ଓ ନିଜ ସୁରକ୍ଷାକୁ ବିପନ୍ନରେ ପକାଇ ବିଜେପି ୱାର୍ଡ କାର୍ଯ୍ୟାଳୟରେ ଚାଲୁଥିବା ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ, ସେମାନଙ୍କୁ କ’ଣ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଅନୁମତି ଦେଇଥିଲେ କି ବୋଲି ଲକ୍ଷ୍ମୀପି୍ରୟା ବିଶ୍ୱାଳ ପ୍ରଶ୍ନ କରିଥିଲେ ।

ରମାଦେବୀ ବିଶ୍ୱବିଦ୍ୟାଳୟର ଅନ୍ୟତମ ଛାତ୍ରୀ ତଥା ବିଜୁ ଯୁବ ଜନତା ଦଳର ସଦସ୍ୟା ଫାତିମା ଖାତୁନ୍ କହିଥିଲେ, ଆମ ବିଶ୍ୱବିଦ୍ୟାଳୟରେ ଶିକ୍ଷକ-ଶିକ୍ଷୟିତ୍ରୀ ଓ ଛାତ୍ରୀମାନଙ୍କ ମଧ୍ୟରେ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ଯୋଗୁଁ ଆମ ବିଶ୍ୱବିଦ୍ୟାଳୟ ଓଡ଼ିଶାରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ମାତ୍ର ଆଜି ଦୁଃଖର ସହ କହିବାକୁ ପଡୁଛି, ଭାରତୀୟ ଜନତା ପାର୍ଟି ଏହି ବିଶ୍ୱବିଦ୍ୟାଳୟର ଗାରିମାକୁ କ୍ଷୂଣ୍ଣ କରିବା ପାଇଁ ଯେଉଁ ରଣନୀତି ପ୍ରସ୍ତୁତ କରୁଛି, ସେଥିରେ ସଫଳ ହେବାକୁ ଦିଆଯିବ ନାହିଁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking