24.1 C
Bhubaneswar
Tuesday, February 10, 2026
Homeଦେଶ ବିଦେଶପ୍ରିୟଙ୍କା ଗାନ୍ଧୀଙ୍କ ସମ୍ପତି ଉପରେ ପ୍ରଶ୍ନ କଲା ବିଜେପି

ପ୍ରିୟଙ୍କା ଗାନ୍ଧୀଙ୍କ ସମ୍ପତି ଉପରେ ପ୍ରଶ୍ନ କଲା ବିଜେପି

ବ୍ୟୁରୋ: କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧିଙ୍କ ସମ୍ପତ୍ତି କେତେ? ବୋଲି ଏହାକୁ ନେଇ ଏବେ ବଡ଼ ପ୍ରଶ୍ନ ଉଠାଇଛି ବିଜେପି। ପ୍ରିୟଙ୍କାଙ୍କ ପାଖକୁ କେଉଁଠୁ ଆସୁଛି ଏତେ ଟଙ୍କା ବୋଲି ବିଜେପିର ଏବେ ବଡ ପ୍ରଶ୍ନ । ତାଙ୍କ ସମ୍ପତ୍ତି ଆୟର ମାଧ୍ୟମ କ’ଣ। ପ୍ରିୟଙ୍କାଙ୍କ ସମ୍ପତ୍ତିକୁ ନେଇ ଭାରତୀୟ ଜନତା ପାର୍ଟି ଗୁରୁବାର କଂଗ୍ରେସ ଉପରେ ଆକ୍ରମଣକୁ ଜୋରଦାର କରିଛି। ବିଜେପି ନେତା ଗୌରବ ଭାଟିଆ ଗାନ୍ଧୀ ପରିବାରକୁ ତୀବ୍ର ସମାଲୋଚନା କରି ସେମାନଙ୍କ ‘ବେଆଇନ ସମ୍ପତ୍ତି’ର ସତ୍ୟତା ଉପରେ ପ୍ରଶ୍ନ ଉଠାଇଛନ୍ତି। ଗତକାଲି କେରଳର ଓ୍ୱାୟନାଡ ଉପନିର୍ବାଚନ ପାଇଁ ପ୍ରିୟଙ୍କା ଗାନ୍ଧି ନାମାଙ୍କନ ପତ୍ର ଦାଖଲ କରିଛନ୍ତି । କଂଗ୍ରେସ ନେତା ନିର୍ବାଚନୀ ସତ୍ୟପାଠରେ ନିଜର ଆୟ ଓ ସମ୍ପତ୍ତି ବିଷୟରେ ଜଣାଇଛନ୍ତି। ତାଙ୍କ ନିର୍ବାଚନୀ ସତ୍ୟପାଠ ଅନୁଯାୟୀ, ତାଙ୍କ ସ୍ଥାବର ସମ୍ପତ୍ତିର ମୂଲ୍ୟ ୪ କୋଟି ୨୪ ଲକ୍ଷ ୭୮ ହଜାର ୬୮୯ ଟଙ୍କା ରହିଛି। ତାଙ୍କ ପାଖରେ ୧୩୮,୯୯୨,୫୧୫ ଟଙ୍କାର ସ୍ଥାବର ସମ୍ପତ୍ତି ରହିଛି। ଏହାପରେ ବିଜେପି ପ୍ରେସମିଟ୍ କରି ଗାନ୍ଧି ପରିବାର ଉପରେ ପ୍ରଶ୍ନ ଉଠାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking