16.1 C
Bhubaneswar
Tuesday, February 10, 2026
Homeଓଡିଶାନୂଆପଡ଼ା ଝଙ୍କଡ ପାଇକ ସମାଜର ବନ୍ଧୁମିଳନ ଉତ୍ସବରେ ଯୋଗଦେଲେ ବିଜେପି ବିଧାୟକ ଏବଂ ସାଂସଦ

ନୂଆପଡ଼ା ଝଙ୍କଡ ପାଇକ ସମାଜର ବନ୍ଧୁମିଳନ ଉତ୍ସବରେ ଯୋଗଦେଲେ ବିଜେପି ବିଧାୟକ ଏବଂ ସାଂସଦ

ନୂଆପଡ଼ା/ଭୁବନେଶ୍ୱର: ନୂଆପଡ଼ା ଜିଲ୍ଲା ଝଙ୍କଡ ପାଇକ ସମାଜର ଏକ ବନ୍ଧୁମିଳନ ଉତ୍ସବ ଆଜି ନୂଆପଡ଼ା ରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ରାଜ୍ୟ କ୍ଷୁଦ୍ର ଶିଳ୍ପ ତଥା ପଶୁସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, କଳାହାଣ୍ଡି ସାଂସଦ ମାଳବିକା ଦେବୀ, ବରଗଡ଼ ସାଂସଦ ରୋହିତ ପୁଜାରୀ ପ୍ରମୁଖ ଯୋଗଦେଇ କହିଛନ୍ତି ପାଇକ ଜାତି ଓଡିଶାର ଏକ ବୀର ତଥା ସ୍ୱାଭିମାନୀ ଜାତି । ଦେଶ ତଥା ସମାଜ ଗଠନରେ ଯୋଦ୍ଧା ପାଇକ ମାନଙ୍କ ର ବେଶ ଯୋଗଦାନ ରହିଛି। ପାଇକମାନଙ୍କ ସଂସ୍କୃତି କୁ ସୁରକ୍ଷା ଦେବାକୁ ବିଜେପି ର ଡବଲ ଇଞ୍ଜିନ୍ ସରକାର ରୀତମତ ପ୍ରୟାସ ଚଳାଇ ଆସିଛି। ପାଇକ ସଂସ୍କୃତିର ସୁରକ୍ଷା ପାଇଁ ପୂର୍ବ ସରକାର କୌଣସି ପଦକ୍ଷେପ ନେଇନଥିଲେ। କିନ୍ତୁ କେନ୍ଦ୍ରରେ ବିଜେପି ସରକାର ଆସିବା ପରେ କେନ୍ଦ୍ରରେ ବିଜେପି ସରକାର ଆସିବା ପରେ ଏସମ୍ପର୍କରେ ପାଇକ ମାନଙ୍କ ଦାବିକୁ ବିଚାରକୁ ନେଇ ଦିଲ୍ଲୀ ବିଜ୍ଞାନ ଭବନରେ ଏକ ଭବ୍ୟ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ଏଥିରେ ପାଇକ ବିଦ୍ରୋହ ଦେଶର ସ୍ୱାଧୀନତା ସଂଗ୍ରାମ କ୍ଷେତ୍ରରେ ପ୍ରଥମ ଗଣ ସଂଗ୍ରାମ ବୋଲି ମତପ୍ରକାଶ ପାଇଥିଲା ଏବଂ ଏହାକୁ ଇତିହାସ ପାଠ୍ୟ ପୁସ୍ତକରେ ସ୍ଥାନିତ କରିବାର ପ୍ରୟାସ ଆରମ୍ଭ ହୋଇଥିଲ। ସେହି ଅନୁଯାୟୀ ସିଡିଏସଇ ପାଠ୍ୟକ୍ରମରେ ତାହା ସ୍ଥାନିତ ହୋଇଛି । ରାଜ୍ୟରେ ବିଜେପି ସରକାର ଆସିଵାପରେ ପାଇକ ଜାତିର ଉନ୍ନତି ପାଇଁ ସବୁବେଳେ କାମ କରିବ ବୋଲି ଉପମୁଖ୍ୟ ମନ୍ତ୍ରୀ ଓ ସାଂସଦ ନୂଆପଡ଼ା ଵାସୀ ପାଇକ ମାନଙ୍କୁ ପ୍ରତିଶ୍ରୁତି ଦେଇ ଆଗମୀ ନିର୍ବାଚନ ରେ ବିଜେପି ବିଧାୟକ ପ୍ରାର୍ଥୀ ଜୟ ଢୋଲକିଆ ଙ୍କୁ ବିଜୟୀ କରାଇଵାକୁ ନିବେଦନ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking