20.1 C
Bhubaneswar
Saturday, December 6, 2025
Homeଓଡିଶାବିଜେପି ନେତା ପୀତବାସ ପଣ୍ଡାଙ୍କୁ ଗୁଳିକରି ହତ୍ୟା

ବିଜେପି ନେତା ପୀତବାସ ପଣ୍ଡାଙ୍କୁ ଗୁଳିକରି ହତ୍ୟା

ଗଞ୍ଜାମ: ରାଜ୍ୟ ଆଇନଜୀବୀ ପରିଷଦର ସଦସ୍ୟ ତଥା ବିଜେପି ନେତା ପିତ୍ତବାସ ପଣ୍ଡାଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ଦୁଇ ଦୁର୍ବୃତ୍ତ ହଠାତ ଆସିଲେ ବାଇକରେ କିଛି ବୁଝିବା ଆଗରୁ କିଛି ଆଲୋଚନା କରିବା ଆଗରୁ ତତକ୍ଷଣାତ ସେମାନେ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲେ ।  ଯାହା ଗୋଟିଏ ଗୁଳି ପିତ୍ତବାସଙ୍କ ଛାତିକୁ ବାଜିଥିଲା । ଏବଂ ତାଙ୍କୁ ଯେତେବେଳେ ଏମକେସିଜି ହସ୍ପିଟାଲ ନିଆଯାଉଥିଲା ,ରାସ୍ତାରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ଗତକାଲି ରାତିପ୍ରାୟ ୧୦ଟା ସମୟରେ  ନିଜ ଘର ପାଖ ବୈକୁଣ୍ଠ ନଗର ମୁଖ୍ୟ ଗଳିରେ ସେ ଠିଆ ହୋଇଥିଲେ । ସେହି ସମୟରେ ଦୁଇ ଦୁର୍ବୃତ୍ତ ବାଇକରେ ପ୍ରଥମେ ଆସିଥିଲେ । ତାଙ୍କ ଉପରକୁ ଗୁଳି ମାରି ଘଟଣାସ୍ଥଳରୁ ଖସି ପଳାଇଥିଲେ । ସେଇଠି ହିଁ ସେ ବେହୋସ ହୋଇ ପଡିଯାଇଥିଲେ । ପାଖରେ ଥିବା ଲୋକମାନେ ତାଙ୍କ ନିକଟକୁ ଆସିଥିଲେ । ତାଙ୍କୁ ହସ୍ପିଟାଲକୁ ତୁରନ୍ତ ନେବା ପାଇଁ ଚେଷ୍ଟା କରିଥିଲେ । କିନ୍ତୁ ଦୁଃଖର କଥା ରାସ୍ତାରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା ।ପୀତବାସ ବିଜେପି ଦଳର ସକ୍ରିୟ ସଦସ୍ୟ ଥିଲେ । ପୂର୍ବ ସରକାରର ବିଭିନ୍ନ ଦୁର୍ନୀତି ନେଇ ସେ ଖୁଲାସା କରୁଥିଲେ । ତେବେ କିଏ ଓ କାହିଁକି ତାଙ୍କ ଉପରେ ଆକ୍ରମଣ କଲେ ଜଣାପଡ଼ିନି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking