27.1 C
Bhubaneswar
Friday, December 19, 2025
Homeଦେଶ ବିଦେଶପତ୍ନୀ ଓ ତିନି ସନ୍ତାନଙ୍କୁ ଗୁଳିମାରିଲେ ବିଜେପି ନେତା

ପତ୍ନୀ ଓ ତିନି ସନ୍ତାନଙ୍କୁ ଗୁଳିମାରିଲେ ବିଜେପି ନେତା

ସହାରନପୁର: ଉତ୍ତରପ୍ରଦେଶର ସାହାରନପୁରରୁ ଏକ ହୃଦୟବିଦାରକ ଖବର ଆସିଛି। ଏଠାରେ ଯୋଗେଶ ରୋହିଲା ନାମକ ଜଣେ ବିଜେପି ନେତା ତାଙ୍କ ୩୨ ବର୍ଷୀୟା ସ୍ତ୍ରୀ ନେହା ଏବଂ ତିନି ନାବାଳକ ପିଲାଙ୍କୁ ଗୁଳି କରିଛନ୍ତି। ଘଟଣା ସ୍ଥଳରେ ହିଁ ତାଙ୍କର ଦୁଇ ପୁଅ ଓ ଏକମାତ୍ର ଝିଅର ମୃତ୍ୟୁ ହୋଇଯାଇଥିବା ବେଳେ ପତ୍ନୀଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତ ଦୁଇ ପୁଅ ହେଲେ ଶିବାଂଶ (୪) ଏବଂ ଦେବାଂଶ (୭)। ସେହିପରି ମୃତ ଝିଅର ନାମ ଶ୍ରଦ୍ଧା (୮)। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ପିଲାମାନଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଥିବା ବେଳେ ଆହତ ନେହା ( ବିଜେପି ନେତାଙ୍କ ପତ୍ନୀ) ଙ୍କ ଚିକିତ୍ସା ପୁଲିସ ହେପାଜତରେ କରାଯାଉଛି। ତେବେ ନେହାଙ୍କ ଅବସ୍ଥା ସଙ୍କଟାପନ୍ନ ବୋଲି କୁହାଯାଉଛି। ସହାରନପୁରର ଗଙ୍ଗୋହ ଅଞ୍ଚଳର ସାଙ୍ଗାଥେଡା ଗାଁରେ ଏହି ଅଘଟଣ ଘଟିଛି।

ଅନ୍ୟପକ୍ଷେ ହତ୍ୟା କରିବା ପରେ ସଂପୃକ୍ତ ନେତା ନିଜ ପଡ଼ୋଶୀଙ୍କୁ ଘଟଣା ସଂପର୍କରେ ଜଣାଇଥିଲେ। ପଡୋଶୀ ଭୟଭୀତ ହୋଇ ପୋଲିସ୍‌କୁ ଏସମ୍ପର୍କରେ ସୂଚନା ଦେବା ପରେ ଅଭିଯୁକ୍ତ ଯୋଗେଶ ରୋହିଲାଙ୍କୁ ତାଙ୍କ ଘରୁ ହିଁ ପୋଲିସ୍ ଗିରଫ କରିଛି। ଅଭିଯୁକ୍ତ ବିଜେପି ନେତା ଯୋଗେଶ ରୋହିଲା ସାହାରନପୁର ଜିଲ୍ଲା କାର୍ଯ୍ୟକାରିଣୀର ଜଣେ ସଦସ୍ୟ। ଯୋଗେଶ ରୋହିଲା ଭାବରେ ଚିହ୍ନଟ କରାଯାଇଛି। ଯୋଗେଶ ଦୀର୍ଘ ସମୟ ଧରି ମାନସିକ ରୋଗୀ ଭାବେ ନିଜ ଚିକିତ୍ସା କରାଉଥିଲେ ବୋଲି ମଧ୍ୟ ପୋଲିସ୍ ଜାଣିବାକୁ ପାଇଛି। ତେବେ ସେ କାହିଁକି ଏପରି କାଣ୍ଡ ଭିଆଇଲେ ସେନେଇ କୌଣସି ସ୍ପଷ୍ଟ କାରଣ ଜଣାପଡିନାହିଁ। ବିଜେପି ନେତାଙ୍କ ଏପ୍ରକାର କାଣ୍ଡ ସମ୍ପର୍କରେ ସୂଚନା ପ୍ରସାରିତ ହେବାପରେ ସମଗ୍ର ଜିଲ୍ଲାରେ ହଇଚଇ ସୃଷ୍ଟି କରିଥିଲା।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking