23.1 C
Bhubaneswar
Sunday, March 22, 2026
Homeଦେଶ ବିଦେଶବିଜେପି ନେତ୍ରୀ ନବନୀତଙ୍କୁ ପାକିସ୍ତାନରୁ ଆସିଲା ହତ୍ୟା ଧମକ

ବିଜେପି ନେତ୍ରୀ ନବନୀତଙ୍କୁ ପାକିସ୍ତାନରୁ ଆସିଲା ହତ୍ୟା ଧମକ

ନୂଆଦିଲ୍ଲୀ : ବିଜେପି ନେତ୍ରୀ ନବନୀତ୍ ରାଣା ଏବଂ ତାଙ୍କ ସ୍ୱାମୀ ବିଧାୟକ ରବି ରାଣାଙ୍କୁ ପାକିସ୍ତାନରୁ ହତ୍ୟା ଧମକ ମିଳିଛି । ସେ ଏନେଇ ଖାର୍ ଥାନାରେ ଅଭିଯୋଗ କରିଛନ୍ତି । ଆସିଥିବା ଏକ ଧମକପୂର୍ଣ୍ଣ ଫୋନ୍ କଲ୍‌ରେ ତାଙ୍କୁ ହିନ୍ଦୁ ସିଂହୀ ବୋଲି ସମ୍ବୋନ କରାଯାଇଥିଲା ଏବଂ ହତ୍ୟା କରିବାକୁ ଧମକ ଦିଆଯାଇଥିଲା । ତେବେ ଅଭିଯୋଗ ପରେ ପୁଲିସ୍ ଏନେଇ ତଦନ୍ତ ଆରମ୍ଭ କରିଛି ଏବଂ ମାମଲାର ଗମ୍ଭୀରତାକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକୁ ମଧ୍ୟ ସହାୟତା ଲୋଡିଛି । ରାଣାଙ୍କ ବ୍ୟକ୍ତିଗତ ସଚିବ ନିଶ୍ଚିତ କରିଛନ୍ତି ଯେ, ଉଭୟ ନବନୀତ୍ ଏବଂ ରବିଙ୍କୁ ହତ୍ୟା ଧମକ ଦିଆଯାଇଛି ଏବଂ ସେମାନେ ପୋଲିସରେ ଅଭିଯୋଗ କରିଛନ୍ତି । ପାକିସ୍ତାନ ନମ୍ବରରୁ ଫୋନ କରିଥିବା ସନ୍ଦିଗ୍ଧଜଣକ ନବନୀତଙ୍କୁ କହିଥିଲା ଯେ, ‘ଆମ ପାଖରେ ତୁମର ସମସ୍ତ ସୂଚନା ଅଛି । ତୁମେ ନିଜକୁ ଜଣେ ହିନ୍ଦୁ ସିଂହୀ ଦେଖାଇହେଉଛ । ତେବେ ତୁମେ ଏବଂ ତୁମ ସ୍ୱାମୀ ଆଉ କେବଳ କିଛି ଦିନର ଅତିଥି । ଆମେ ତୁମକୁ ହତ୍ୟା କରିବୁ । ସିନ୍ଦୂର ରହିବନି କି ତୁମେ ବି ରହିବନି ।’ ତେବେ ଏପ୍ରକାର ଧମକ ରାଣାଙ୍କ ସୁରକ୍ଷା ପ୍ରତି ଗମ୍ଭୀର ଚିନ୍ତା ସୃଷ୍ଟି କରିଛି । ତାଙ୍କ ସ୍ୱାମୀ ତଥା ବିଧାୟକ ରବି ରାଣାଙ୍କ ମୋବାଇଲକୁ ମଧ୍ୟ ସମାନ ଧମକ ଆସିଥିଲା । ପାକିସ୍ତାନରୁ ବିଭିନ୍ନ ନମ୍ବରରୁ କଲ ଆସିଛି । ପ୍ରକାଶ, ଗତବର୍ଷ ମଧ୍ୟ ନବନୀତ ରାଣାଙ୍କୁ ପାକିସ୍ତାନରୁ ଧମକ ମିଳିଥିଲା । ତାଙ୍କୁ ହତ୍ୟା ଧମକ ଦେଇ ତାଙ୍କ ହ୍ୱାଟ୍ସଆପ୍ ନମ୍ବରକୁ ଏକ କ୍ଲିପ୍ ପଠାଯାଇଥିଲା ।

ପ୍ରକାଶ, ଦୁଇ ଦିନ ପୂର୍ବେ ନବନୀତ ରାଣା ଅପରେଶନ ସିନ୍ଦୂର ପରେ ପାକିସ୍ତାନ ବିରୋଧରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସା କରିଥିଲେ । ତାଙ୍କ ବିବୃତ୍ତିରେ ସେ କହିଥିଲେ, ସେମାନେ (ଭାରତୀୟ ସୈନିକମାନେ) ଘରେ ପ୍ରବେଶ କରି ତୁମକୁ ହତ୍ୟା କରିଛନ୍ତି, ସେମାନେ ତୁମର କବର ଖୋଳିଛନ୍ତି ।’ ତୁମର ବାପା ଦିଲ୍ଲୀରେ ଦେଶର ସିଂହାସନରେ ମୋଦୀ… ତୁମେ କ’ଣ କହିବ, ଛୋଟ ପାକିସ୍ତାନ, ଛେଳିର ମାଆ କେତେଦିନ ଖୁସି ରହିବ । ଆମେ ତୁମମାନଙ୍କୁ ଜଣ ଜଣ କରି ହତ୍ୟା କରିବୁ । ମୁଁ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଏବଂ ଅଭିନନ୍ଦନ ଜଣାଉଛି । ଶତ୍ରୁର ଘରେ ପଶି ହତ୍ୟା କରିବାର ଅର୍ଥ କ’ଣ ତାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରିଦେଖାଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking