17.1 C
Bhubaneswar
Monday, December 22, 2025
Homeଓଡିଶାବିଜେପି ପକ୍ଷରୁ ଡ଼ ଭୀମରାଓ ଆମ୍ବେଦକରଙ୍କ ଜନ୍ମ ସପ୍ତାହ ପାଳନ ଅବସରରେ ସମ୍ମାନ ଅଭିଯାନ

ବିଜେପି ପକ୍ଷରୁ ଡ଼ ଭୀମରାଓ ଆମ୍ବେଦକରଙ୍କ ଜନ୍ମ ସପ୍ତାହ ପାଳନ ଅବସରରେ ସମ୍ମାନ ଅଭିଯାନ

ଯାଜପୁର: ଯାଜପୁର ଗୌତମ ବୁଦ୍ଧ ସଂସ୍କୃତି ଭବନ ପରିସରରେ ବିଜେପି ପକ୍ଷରୁ ଭାରତୀୟ ସମ୍ବିଧାନ ପ୍ରାଣେତା ଭାରତରତ୍ନ ଡ଼ ଭୀମରାଓ ଆମ୍ବେଦକର ଙ୍କ ଜନ୍ମ ସପ୍ତାହ ପାଳନ ଅବସରରେ ସମ୍ମାନ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଜିଲା ବିଜେପି ସଭାପତି ଦେବଯାନୀ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମ କୁ ଉତ୍ତର ପ୍ରଦେଶର ରାଜ୍ୟସଭା ସାଂସଦ ମିଥିଲେସ କୁମାର ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଅନ୍ୟତମ ଅତିଥି ଭାବେ ଯାଜପୁର ସାଂସଦ ରବୀନ୍ଦ୍ର ନାରାୟଣ ବେହେରା, ବରିଷ୍ଠ ବିଜେପି ନେତା ତେଜସ୍ୱର ପରିଡା, ଉମେଶ ଜେନା, ସୁନନ୍ଦା ଦାସ, ପୂର୍ବତନ ଜିଲ୍ଲା ସଭାପତି ଗୌତମ ରାୟ ପ୍ରମୁଖ ଯୋଗ ଦେଇ ବିଜେପି ସରକାର ସର୍ବଦା ଭାରତରତ୍ନ ଡ ଭୀମ ରାଓ ଆମ୍ବେଦକରଙ୍କୁ ସମ୍ମାନ ଦେଇଆସୁଛି ମାତ୍ର କଂଗ୍ରେସ ଉଚିତ ସମ୍ମାନ ନ ଦେଇ ଅପପ୍ରଚାର କରୁଛି ବୋଲି ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ଅତିଥି ମାନେ ଆମ୍ବେଦକରଙ୍କ ଜୀବନାଦର୍ଶ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ଜିଲ୍ଲାର ସମସ୍ତ କୋଣଅନୁକୋଣରୁ ବିଜେପିର ନେତା, କର୍ମକର୍ତ୍ତାଙ୍କ ସମେତ ସ୍ଥାନୀୟ ଅଞ୍ଚଳର ବହୁ ବୁଦ୍ଧିଯିବି, ବରିଷ୍ଠ ନାଗରିକ ଉପସ୍ଥିତ ଥିଲେ। ଯୁବନେତା ସଂଗ୍ରାମ ପାତ୍ର, ମୃତ୍ୟୁଞ୍ଜୟ ମିଶ୍ର ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚା ଳନାରେ ସକ୍ରିୟ ସହଯୋଗ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking